ଭୁବନେଶ୍ୱର, ୦୫/୦୬: ଖରାଛୁଟିର ଅବଧି ବଢ଼ିବାର ସମ୍ଭାବନା ରହିଛି। ରାଜ୍ୟରେ ଖରାର ସ୍ଥିତିକୁ ଦେଖି ଛୁଟି ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଜୁନ୍ ୨୨ରେ ସ୍କୁଲ ଖୋଲାଯିବା ନେଇ ପୂର୍ବରୁ ଘୋଷଣା ହୋଇଥିଲା।
“ଖରା ଛୁଟି ବଢିବ କି ନାହିଁ ତାହା ସମୟ କହିବ। ସେହି ସମୟରେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନିଆଯିବ। ଖରା ଯଦି ନ କମେ ତାହାଲେ ଖରା ଛୁଟି ବଢ଼ି ପାରେ। ପିଲାଙ୍କ ସୁରକ୍ଷା ଶିକ୍ଷା ବିଭାଗର ପ୍ରାଥମିକତା” ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।