ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ

ଜୁନ ୩୦ ସୁଦ୍ଧା ନିଗମ ନିଯୁକ୍ତି

ଭୁବନେଶ୍ୱର, ୦୬/୦୬: ବୋର୍ଡ-ନିଗମ ନିଯୁକ୍ତି ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଛି। ପବ୍ଲିକ୍ ଏଣ୍ଟ୍ରରପ୍ରାଇସ୍ ବିଭାଗ ପକ୍ଷରୁ PSUରେ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରାଯାଇଛି। ଜୁନ ୩୦ ସୁଦ୍ଧା PSU ଗୁଡ଼ିକରେ ନିଯୁକ୍ତି ସାରିବାକୁ ଉଲ୍ଲେଖ ରହିଛି।

ବୋର୍ଡ଼ ନିଗମ ପଦବୀ ସମ୍ପର୍କରେ ତଥ୍ୟ ମୁତାବକ, ୧୭ଟି ବିଭାଗରେ ୩୨ଟି ବୋର୍ଡ ନିଗମ ବାବଦରେ ତଥ୍ୟ ପ୍ରଦାନ କରାଯାଇଛି। ନୂଆ ସରକାରରେ ୩୨ଟି ବୋର୍ଡ ନିଗମରେ ୬୭୭ ଜଣଙ୍କୁ ନିଯୁକ୍ତି ଦିଆଯିବ। ଜୁନ ୩୦ରେ ୧୧୮୩ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଲକ୍ଷ୍ୟ ରହିଛି। ୧୭ଟି ବୋର୍ଡ ନିଗମରେ ଜଣେ ବି ନିଯୁକ୍ତ ହୋଇ ନାହାନ୍ତି। ୨ ବର୍ଷ ହେଲା ବିଭିନ୍ନ ବୋର୍ଡ ଏବଂ ନିଗମର ଅଧ୍ୟକ୍ଷ ପଦବୀ ଖାଲି ପଡ଼ିଛି। ଏନେଇ କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ।