ଭୁବନେଶ୍ୱର, ୦୬/୦୬: ITDA ବାଲିଗୁଡ଼ା AEE ବୈକୁଣ୍ଠନାଥ ବେହେରାଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ୯ଟି ସ୍ଥାନରେ ରେଡ୍ ବେଳେ ବିପୁଳ ସଂପତ୍ତି ଠାବ ହୋଇଛି। ଯନ୍ତ୍ରୀଙ୍କର ୫ଟି ବହୁତଳ କୋଠା ସହ ୧୩ଟି ଦାମୀ ପ୍ଲଟ୍ ଅଛି। ଭୁବନେଶ୍ବରରେ ୪ଟି ଓ ଯାଜପୁର ଧର୍ମଶାଳାରେ ଗୋଟିଏ ପ୍ଲଟ ଅଛି।
୧୩ଟି ଦାମୀ ପ୍ଲଟ୍ ମଧ୍ୟରୁ କେବଳ ଭୁବନେଶ୍ବରରେ ୭ଟି ପ୍ଲଟ୍ ରହିଛି। ଧର୍ମଶାଳାରେ ୫ଟି ଓ ଯାଜପୁରରେ ଗୋଟିଏ ପ୍ଲଟ୍ ଅଛି। ଏଥି ସହ ଚଢ଼ାଉ ବେଳେ ନଗଦ ୨ ଲକ୍ଷ ୬୬ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। ବ୍ୟାଙ୍କରେ ୨ଟି ଲକର ଥିବା ଜଣାପଡ଼ିଛି।