ବିଶ୍ବ ପରିବେଶ ଦିବସ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

“ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଇଟାମାଟି” ର ସଦସ୍ୟ ଅଂଶଗ୍ରହଣ କରିଥିଲେ

ନୟାଗଡ, ୦୬/୦୬: ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଇଟାମାଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବ ବିଦ୍ୟାଳୟ କେନ୍ଦ୍ର ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଡ ଜ୍ୟୋତିରଞ୍ଜନ ସାମନ୍ତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ପରିବେଶ ସନ୍ତୁଳନ ରକ୍ଷା କରିବା ଏବଂ ଜୀବଜଗତର ଜୀବନ ରକ୍ଷା ପାଇଁ ବୃକ୍ଷଲତା ଅମୃତତୁଲ୍ୟ ଅମ୍ଳଜାନ ଯୋଗାଉଥିବାରୁ ବୃକ୍ଷରୋପଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସମାଜସେବୀ ତଥା ଗିଭି ବ୍ଲଡ଼ ସେଭ୍ ଲାଇଫ ସଭାପତି ଭାଗିରଥି ବାଈଙ୍କ ନେତୃତ୍ବରେ ଅନ୍ୟ ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । “ଯଦୁମଣି ବରିଷ୍ଠ ନାଗରିକ ମଞ୍ଚ ଇଟାମାଟି” ର ସଦସ୍ୟ ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ନାୟକ,ଜଗନ୍ନାଥ ଦାସ,ସଚ୍ଚିଦାନନ୍ଦ ସାଥୁଆ, କିଶୋର ଚନ୍ଦ୍ର ସାହୁ, ଅଧ୍ୟାପକ ଅଶୋକ କୁମାର ନାୟକ ଓ ଉମେଶ ଚନ୍ଦ୍ର ପଟ୍ଟନାୟକ, ସନାତନ ଲେଙ୍କା ପ୍ରମୁଖ ବ୍ୟକ୍ତିମାନେ ଏଥିରେ ଅଂଶ ଗ୍ରହଣ କରିଥିଲେ । ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମର ସଞ୍ଚାଳିକା ସସ୍ମିତା ଭଉଣୀଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଭଉଣୀ ବିଷ୍ଣୁପ୍ରିୟା, ଲକ୍ଷ୍ମୀ, ବବିନା ଓ ଭାଇ ଅନ୍ତର୍ଯ୍ୟାମୀ, ଅମୂଲ୍ୟ, ନବୀନ, ଭଗବାନ, ରବି ଓ ବିରଞ୍ଚି ଭାଇମାନେ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଆଶ୍ରମ ତରଫରୁ ସମସ୍ତଙ୍କୁ ଥଣ୍ଡା ପାନୀୟ ଓ ସୁମିଷ୍ଟ ଭୋଜନ ଦ୍ବାରା ଆପ୍ୟାୟିତ କରାଯାଇଥିଲା ।