ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର,ନୟାଗଡରେ ବିଶ୍ବ ପରିବେଶ ଦିବସ ପାଳିତ

ସୃଷ୍ଟିକର୍ତ୍ତାଙ୍କ ଅନବଦ୍ୟ ଏ ସୁନ୍ଦର ବିଶ୍ବର ସୁରକ୍ଷା ଆମ ମାନଙ୍କର ପରମ କର୍ତ୍ତବ୍ଯ: ମୁଖ୍ଯ ଅତିଥି

ନୟାଗଡ଼, ୦୬/୦୬: ନୟାଗଡ଼ ହାଉସିଂବୋର୍ଡ ନିକଟ ଶ୍ରୀରାମକୃଷ୍ଣ ଆଦର୍ଶ ଶିକ୍ଷାକେନ୍ଦ୍ର ପରିସରରେ ବିଶ୍ବ ପରିବେଶ ଦିବସ ପାଳନ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ଯାଳୟର ସଂପାଦକ ସମାଜସେବୀ ଶ୍ରୀଧର ସାହୁଙ୍କ ନେତୃତ୍ବରେ ବିଦ୍ଯାଳୟ ପରିସରରେ ଅନେକ ଔଷଧୀୟ ଗଛ ଯଥା ଅଶୋକ,ଅର୍ଜୁନ,କରଂଜ,ତୁଳସୀ ଆଦି ଗଛ ରୋପଣ କରିବା ସହିତ କିଛି ଫୁଲ ଗଛ ଲଗା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ବିଶିଷ୍ଟ ଶିକ୍ଷାବିତ୍ ଅଶୋକ କୁମାର ନାୟକ ଯୋଗଦେଇ ବିଶ୍ଵ ପରିବେଶ ଦିବସ ବିଷୟରେ ଆଲୋଚନା କରିବା ସହିତ ସୃଷ୍ଟିକର୍ତ୍ତାଙ୍କ ଅନବଦ୍ୟ ଏ ସୁନ୍ଦର ସୃଷ୍ଟିର ସୁରକ୍ଷା ଆମ ମାନଙ୍କ ପରମ କର୍ତ୍ତବ୍ଯ ବୋଲି କହିଥିଲେ। ଆଜିର ଦିନରେ ମହାବାତ୍ୟା,ଭୂକମ୍ପ, ମାଟି ,ପାଣି ,ବାୟୁ ପ୍ରଦୂଷଣ,ଅନିୟନ୍ତ୍ରିତ ତାପ ବୃଦ୍ଧି,ବନ୍ୟା,ଅନିୟମିତ ବୃଷ୍ଟିପାତ, ଦୁରାରୋଗ୍ୟ ବ୍ୟାଧିର ବୃଦ୍ଧି,ସମୁଦ୍ର ର କାୟା ବିସ୍ତାର,ସବୁଜ ଗୃହର ପ୍ରଭାବ ହେତୁ ଓଜୋନ ସ୍ତରର ଛିଦ୍ର ବୃଦ୍ଧି ଜନିତ ଅସନ୍ତୁଳିତ ପରିବେଶ , ସର୍ବୋପରି ଜଳବାୟୁ ପରିବର୍ତ୍ତନ ହେତୁ ସାମଗ୍ରିକ ସ୍ବାସ୍ଥ୍ୟ ହାନି ମନୁଷ୍ୟ ସମେତ ସମସ୍ତ ଜୀବ ଜଗତ ତିଷ୍ଠି ରହିବା ପ୍ରଶ୍ନ ବାଚୀ ସୃଷ୍ଠି କଲାଣି ବୋଲି ଆଲୋଚନା ହୋଇଥିଲା। ଏ ପରିପ୍ରେକ୍ଷୀରେ ବିଦ୍ଯାଳୟ ପରିସରରେ ଏକକ ବ୍ଯବହୃତ ପ୍ଳାଷ୍ଟିକ୍ କୁ ବର୍ଜନ କରିବା ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦେବା ସହିତ ନିଜେ ବ୍ଯବହାର ନ କରିବାକୁ ଉପସ୍ଥିତ ଗୁରୁଜୀ ଗୁରୁମା ମାନେ ସଂକଳ୍ପ ନେଇଥିଲେ। ବୃକ୍ଷ ରୋପଣ ଓ ବ୍ୟାପକ ଜଙ୍ଗଲ ବୃଦ୍ଧି କରିବା, ଜଳ ସମ୍ପଦର ସଂରକ୍ଷଣ ସହ ପ୍ରଦୂଷଣକୁ ରୋକିବା,ଶକ୍ତି ସଂରକ୍ଷଣ ସହ ବିକଳ୍ପ ଶକ୍ତିକୁ ଆପଣେଇବା,ବାୟୁ ପ୍ରଦୂଷଣ କୁ ରୋକ୍ ଲଗାଇବା,ମୃତ୍ତିକାର ସଂରକ୍ଷଣ ଓ ସ୍ବାସ୍ଥ୍ୟ ପ୍ରତି ଯତ୍ନ ଶୀଳ ହେବା,ସର୍ବୋପରି ପ୍ରକୃତି ର ବନ୍ଧୁ ହୋଇ ତାର ସୁରକ୍ଷାରେ ମନୋନିବେଶ କରିବା ଆଦି ବିଷୟକୁ ଶ୍ରେଣୀ ଗୃହ ଶିକ୍ଷା ଦାନରେ ଗୁରୁତ୍ବ ଦେବା ପାଇଁ ଗୁରୁଜୀ ଗୁରୁମା ମାନଙ୍କୁ ଅତିଥି ମାନେ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ବିଦ୍ଯାଳୟର ଯୁଗ୍ମ ସଂପାଦକ ସନ୍ତୋଷ କୁମାର ନାୟକ,ବିଦ୍ଯାଳୟର ଟ୍ରଷ୍ଟି ଗାୟତ୍ରୀ ମହାପାତ୍ର, ଜଗତ କଲ୍ଯାଣ କାଶ୍ଯପ, ପ୍ରିୟମ୍ବଦା ଗୁରୁମା,ଅର୍ଚ୍ଚନା ଗୁରୁମା,ସସ୍ମିତା ଗୁରୁମା,କାଳିଆ ଭାଇ ଓ ମହେନ୍ଦ୍ର ଭାଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ସମସ୍ତ ଗୁରୁଜୀ ଗୁରୁମା ମାନେ ସହଯୋଗ କରି ଥିଲେ।