ଭୁବନେଶ୍ୱର, ୦୬/୦୬: ତାତିରୁ ମିଳିଲା ଆଶ୍ବସ୍ତି। ଭୁବନେଶ୍ବରରେ କୁଆପଥର ବର୍ଷା। ଆକାଶରେ କଳାହାଣ୍ଡିଆ ମେଘ ସହ କିଛି ସ୍ଥାନରେ ଜାରି ରହିଛି ବର୍ଷା। ଘଡ଼ଘଡ଼ି ସହ ଜୋର ପବନ ବହୁଛି।
ରାଜ୍ୟରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବର୍ତ୍ତମାନର ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ତେବେ କାଳବୈଶାଖୀ ପ୍ରଭାବରେ ଏହି ବର୍ଷାରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ଯାଇଛି। ଜୟଦେବ ବିହାରରେ ଗଛ ପଡ଼ି ୧୦ରୁ ଅଧିକ ଗାଡ଼ି ଚାପି ହୋଇଯାଇଛି।