ବିଶ୍ୱ ପରିବେଶ ଦିବସ ପାଳିତ

ମନ୍ଦିର ଚାରିପାଖ ସଫେଇ ସହ ବୃକ୍ଷରୋପଣ

କଲ୍ୟାଣ ସିଂହପୁର, ୦୬/୦୬(ନିପ୍ର) ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ସିକରପାଇ ପଞ୍ଚାୟତରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରକୃତି ବନ୍ଧୁ ତାପସ କୁମାର ଦଳାଇଙ୍କ ସମେତ ଗ୍ରାମର ଗ୍ରାମବାସୀ ଏବଂ ସ୍ଥାନୀୟ ଶିକ୍ଷକ ପ୍ରତାପ କୁମାର ବଚ୍ଚା ଏବଂ ମନୋଜ ନାୟକ ଓ ମମତା ନନ୍ଦଙ୍କ ସହ ଗ୍ରାମବାସୀ ଆଉ ଶିକ୍ଷାର୍ଥୀ ମାନଙ୍କୁ ନେଇ ସିକରପାଇ ଗ୍ରାମର ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ବିଶ୍ଵ ପରିବେଶ ଦିବସ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ଚାରିପାଖ ସଫେଇ କରିବା ସହ ବୃକ୍ଷ ରୋପଣ କରିଥିଲେ। ଏହି ପଦକ୍ଷେପ ଖାଲି ବିଶ୍ଵ ପରିବେଶ ଦିବସରେ କେବଳ ସୀମିତ ନ ରଖି ପ୍ରତି ଦିନ ଏହି ଭଳି କାର୍ଯ୍ୟ କଲେ ସବୁଜ ସୁନ୍ଦର ପରିବେଶ କରିପାରିବା ବୋଲି ମତବ୍ୟକ୍ତ କରିଥିଲେ। ଏଭଳି କାର୍ଯ୍ୟକୁ ଗ୍ରାମବାସୀ ଖୁସି ମନେ କଲେ।