ସୂର୍ଯ୍ୟ କୁମାର ଯାଦବଙ୍କୁ ବାଦ୍ ଦେଇ ବୈଭବଙ୍କୁ ସୁଯୋଗ

ଶ୍ରେୟସ ଆୟର ତିନୋଟି ସିରିଜ୍‌ର କ୍ୟାପଟେନ୍

ମୁମ୍ବାଇ, ୦୬/୦୬: ଅଜିତ ଅଗରକରଙ୍କ ନେତୃତ୍ୱରେ ବିସିସିଆଇ ଚୟନ କମିଟି ଆୟରଲ୍ୟାଣ୍ଡ ଗସ୍ତ, ଇଂଲଣ୍ଡ ସିରିଜ୍ ଏବଂ ଜାପାନ ଏସିଆନ ଗେମ୍ସ ୨୦୨୬ ପାଇଁ ଟିମ୍ ଇଣ୍ଡିଆର ସ୍କ୍ୱାର୍ଡ ଘୋଷଣା କରିଛି। ଏଥି ସହ ଏହି ତିନୋଟି ପ୍ରତିଯୋଗିତା ପାଇଁ ଶ୍ରେୟସ ଆୟରଙ୍କୁ ଦଳର କ୍ୟାପଟେନ କରାଯାଇଛି। ତିଲକ ବର୍ମାଙ୍କୁ ଉପଅଧିନାୟକ କରାଯାଇଛି। ଏହି ତିନୋଟି ପ୍ରତିଯୋଗିତାରେ ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିଥିବା ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କୁ ମଧ୍ଯ ସ୍ଥାନ ମିଳିଛି। କିନ୍ତୁ ସୂର୍ଯ୍ୟ କୁମାର ଯାଦବଙ୍କୁ ଏ ସମସ୍ତ ଫର୍ମାଟରୁ ବାଦ ଦିଆଯାଇଛି।

ତେବେ ବୈଭବଙ୍କୁ ସିନିୟର ଦଳରେ ଚୟନ ନେଇ ମୁଖ୍ୟ ଚୟନକର୍ତ୍ତା ଅଗରକର କହିଛନ୍ତି, ସେ ନିଜେ ନିଜକୁ ଚୟନ କରିଛନ୍ତି, ଆମେ ତାଙ୍କୁ ଦଳରେ ନେବାକୁ ବାଧ୍ୟ। ସେ ଯେଉଁ ପ୍ରକାର ପ୍ରଦର୍ଶନ କରିଛନ୍ତି ଆମେ ଚୟନ କରିବାକୁ ବାଧ୍ୟ। ୧୯ ବର୍ଷରୁ କମ୍ ଦଳରେ ସେ ଯେଉଁ ପ୍ରଦର୍ଶନ କଲେ ତାହା ସମସ୍ତେ ଦେଖିଲେ। ଯେତେବେଳେ ବି ସୁଯୋଗ ପାଇଛନ୍ତି ଭରପୁର ପ୍ରତିଭା ଦେଖାଇଛନ୍ତି।

ରେଡ୍ ବଲ୍ କ୍ରିକେଟରେ ବୈଭବଙ୍କୁ ସାମିଲ୍ କରାଯାଇଥିବା ନେଇ ପ୍ରଶ୍ନରେ ଅଗରକର କହିଛନ୍ତି, ଯେଉଁ ବଲ୍‌ରେ ପ୍ରଭାବୀ ପ୍ରଦର୍ଶନ କରିଛନ୍ତି ସେହି ଫର୍ମାଟରେ ସୁଯୋଗ ମିଳିଛି। ଘରୋଇ ସିଜିନରେ ରେଡ୍ ବଲ୍‌ରେ ତାଙ୍କୁ ଖେଳିବାର ସୁଯୋଗ ମିଳିବ। ରେଡ୍ ବଲ୍ ପ୍ରଦର୍ଶନ ଭଲ କଲେ ଟେଷ୍ଟ ଦଳରେ ବି ସୁଯୋଗ ମିଳିବ ବୋଲି କହିଛନ୍ତି।

ଆୟରଲ୍ୟାଣ୍ଡ ଓ ଇଂଲଣ୍ଡ ଟି-୨୦ ସିରିଜ୍: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ଶିବମ ଦୁବେ, ତିଲକ ବର୍ମା, ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂ, ପ୍ରିନ୍ସ ଯାଦବ ଓ ବୈଭବ ସୂର୍ଯ୍ୟବଂଶୀ।

ଏସିଆନ ଗେମ୍ସ ୨୦୨୬: ଶ୍ରେୟସ ଆୟର (ଅଧିନାୟକ), ଅଭିଷେକ ଶର୍ମା, ସଞ୍ଜୁ ସାମସନ (ୱିକେଟକିପର), ଇଶାନ କିଷାନ (ୱିକେଟକିପର), ଶିବମ ଦୁବେ, ତିଲକ ବର୍ମା, ନୀତିଶ ରେଡ୍ଡୀ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ମହମ୍ମଦ ସିରାଜ, ହର୍ଷିତ ରାଣା, ଅର୍ଶଦୀପ ସିଂ, ଯଶପ୍ରୀତ ବୁମ୍ରା ଓ ବୈଭବ ସୂର୍ଯ୍ୟବଂଶୀ।