ଭଦ୍ରକ, ୦୭/୦୭: ଅସାବଧାନତା ଯୋଗୁଁ ଚାଲିଗଲା ଗୋଟିଏ ଜୀବନ। ରେଳ କର୍ମଚାରୀ ରେଳ ଫାଟକ ନ ପକାଇବାରୁ ଦୁର୍ଘଟଣାରେ ଚାଲିଗଲା ଜୀବନ। ଭଦ୍ରକ ଜିଲ୍ଲା ପୀରହାଟ ଥାନା ଖେଦରପୁର ରେଳ ଫାଟକରେ ଘଟିଛି ଏଭଳି ଏକ ଅଘଟଣ।
କର୍ମଚାରୀ ଫାଟକ ପକାଇ ନ ଥିବାରୁ ବାଇକ୍ ଆରୋହୀଙ୍କୁ ଧକ୍କା ଦେଲା ଟ୍ରେନ୍। ଫାଟକ ଘରେ ନିଆଁ ଲଗାଇବା ସହ କ୍ଷତି ପୂରଣ ଦାବିରେ NH ଅବରୋଧ କରିଛନ୍ତି ଉତ୍ୟକ୍ତ ଲୋକେ। ମୃତକ ହେଉଛନ୍ତି ସାହାପୁର ପଞ୍ଚାୟତ ଅଧୀନ କଣ୍ଡରଗଡ଼ିଆ ଗ୍ରାମର ବାସିନ୍ଦା। ଏସ୍ଡିପିଓ, ପୀରହାଟ ଓ ତିହିଡି଼ IIC ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି।