ଭୁବନେଶ୍ୱର, ୦୭/୦୬: ଦେୟମୁକ୍ତ UPSC ସିଭିଲ୍ ସର୍ଭିସ୍ ରେସିଡେନ୍ସିଆଲ୍ କୋଚିଂ ପାଇଁ ନୋଟିସ୍ ଜାରି। ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଆଶାୟୀଙ୍କ ଠାରୁ ଦରଖାସ୍ତ ଆହ୍ବାନ କରାଯାଇଛି। ୨୦୨୬-୨୭ ବର୍ଷ ପାଇଁ ଓଡ଼ିଆ ଛାତ୍ରଛାତ୍ରୀଙ୍କ ଠାରୁ ଦରଖାସ୍ତ ଆହ୍ବାନ କରିଛି ଉଚ୍ଚଶିକ୍ଷା ବିଭାଗ।
ଆସନ୍ତା କାଲିଠାରୁ ୧୯ ତାରିଖ ମଧ୍ୟରେ ଆବେଦନ କରିପାରିବେ ଆଶାୟୀ। ଜୁନ୍ ୨୮ରେ ହେବ ପରୀକ୍ଷା। ୨ ଶହ ଯୋଗ୍ୟ ଆଶାୟୀ ପାଇବେ ସୁଯୋଗ। କେନ୍ଦ୍ରୀୟ ସିଭିଲ ସର୍ଭିସ ପାଇଁ ସରକାରଙ୍କ ତରଫରୁ ମାଗଣା କୋଚିଂ ନେଇପାରିବେ ଯୋଗ୍ୟ ଆଶାୟୀ। ଆଶାୟୀମାନଙ୍କୁ ଉନ୍ନତ ମାନର କୋଚିଂ ମିଳିବ।