୩ ଇଞ୍ଜିନିୟର ସସପେଣ୍ଡ

କାର୍ଯ୍ୟରେ ଅବହେଳା ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ

ବରଗଡ଼, ୦୯/୦୬: ଜଳ ସଂପଦ ବିଭାଗର ୩ ଇଂଜିନିୟର ସସ୍‌ପେଣ୍ଡ। ବରଗଡ଼ ସୁପରିଟେଣ୍ଡେଣ୍ଟ ଇଂଜିନିୟର ମଦନ ମୋଦନ ସେଠୀ, ଭେଡେନ୍‌ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଂଜିନିୟର ରାଜ୍ କୁମାର ମିଶ୍ର ଓ ବରଗଡ଼ କେନାଲ୍‌ ସେକ୍ସନର ଆସିଷ୍ଟାଣ୍ଟ ଇଂଜିନିୟର ରଂଜନ ପଟେଲ ସସ୍‌ପେଣ୍ଡ ହୋଇଛନ୍ତି।

କାର୍ଯ୍ୟରେ ଅବହେଳା ଅଭିଯୋଗରେ ସସ୍‌ପେଣ୍ଡ କଲା ଜଳ ସଂପଦ ବିଭାଗ। ବରଗଡ଼ କେନାଲ୍‌ ପ୍ରକଳ୍ପରେ ଅନିୟମିତତା ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସସ୍‌ପେଣ୍ଡ ଅବଧି ମଧ୍ୟରେ ୩ ଯନ୍ତ୍ରୀଙ୍କ ଉପରେ ରହିବ କଡ଼ା କଟକଣା।

ଭୁବନେଶ୍ୱର ମୁଖ୍ୟାଳୟରେ ମଦନ ମୋହନ ସେଠୀ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟ ୨ ଯନ୍ତ୍ରୀ ବୁର୍ଲା ମହାନଦୀ ବେସିନ୍‌ ମୁଖ୍ୟ ଯନ୍ତ୍ରୀଙ୍କ ଅଫିସ୍‌ରେ ରହିବେ। ଉଚ୍ଚପଦସ୍ଥ ଅଧିକାରୀଙ୍କ ଅନୁମତି ବିନା ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି।