ବିଜେଡ଼ିକୁ ବଡ଼ ଝଟକା: ଅଯୋଗ୍ୟତା ଆବେଦନ ଖାରଜ

ଆବେଦନ ଖାରଜ କଲେ ବାଚସ୍ପତି

ଭୁବନେଶ୍ୱର, ୨୨/୦୬: ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ଅଭିଯୋଗ ଘଟଣାରେ ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ।

ଗତ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ୍‌ ଭୋଟିଂ ହୋଇଥିଲା। ୮ ବିଧାୟକଙ୍କ ବିରୋଧରେ କ୍ରସ ଭୋଟିଂ ଅଭିଯୋଗ ଆଣିଥିଲା ବିଜେଡି। ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ନବକିଶୋର ମଲ୍ଲିକ, ସନାତନ ମହାକୁଡ଼, ଚକ୍ରମଣି କହଁର, ସୁବାସିନୀ ଜେନା, ସୌଭିକ୍ ବିଶ୍ଵାଳ, ଦେବୀରଞ୍ଜନ ତ୍ରିପାଠୀ କରିଥିଲେ କ୍ରସ୍ ଭୋଟିଂ।

ଏ ନେଇ ସଂପୃକ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ବିଜେଡ଼ି ବାଚସ୍ପତିଙ୍କ ନିକଟରେ ଦାବି କରିଥିଲା। ହେଲେ, ସେହି ଆବେଦନକୁ ଖାରଜ କରିଦେଇଛନ୍ତି ବାଚସ୍ପତି।