କ୍ଷେତ ମଜଦୁର ମାନଙ୍କ ଅଧିକାର ନିମନ୍ତେ ବ୍ଲକ କାର୍ଯ୍ଯାଳୟ ଓ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
୧୧ ଦଫା ଦାବି ନେଇ ବିଡ଼ିଓଙ୍କୁ ସ୍ମାରକ ପତ୍ର ପ୍ରଦାନ
କଲ୍ୟାଣସିଂହପୁର, ୨୨/୬(ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ସଦରରେ ଅଖିଳ କୃଷି ଓଭାରତୀୟ ଗ୍ରାମୀଣ ଶ୍ରମିକ ସଙ୍ଗ ଓ ସି ପି ଆଇ( ଏମ ଏଲ)ଲିବରେସନ ତରଫରୁ କ୍ଷେତ ମଜଦୁର ମାନଙ୍କ ଅଧିକାର ବ୍ଲକ କାର୍ଯ୍ଯାଳୟ ଓ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ୧୧ ଦଫା ଦାବି ନେଇ ବିଡ଼ିଓ ମନୀଷା ଦାସଙ୍କୁ ସ୍ମାରକ ପ୍ରଦାନ କରିଥିଲେ।
ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଂଘର ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ ନେତୃତ୍ୱ ରେ ଗ୍ରାମର ପି ଆଇ( ଏମ ଏଲ)ଲିବରେସନ କର୍ମୀ ମାନେ ସ୍ଥାନୀୟ ଶିବ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ। ବର୍ଷା ହେଉଥିବା ସତ୍ତ୍ୱେ ସେଠାରୁ ଏକ ଶୋଭାଯାତ୍ରା ବାହାରି ବନ ବିଭାଗ ଓ ଗୋଷ୍ଠି ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ୧୧ ଦଫା ଦାବି ନେଇ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ଲକ୍ଷ୍ମୀନଗର ସମେତ ଅନ୍ୟାନ୍ୟ ଗାଁ ର ଗରିବ ଲୋକ ମାନଙ୍କୁ ଜଙ୍ଗଲ ଜମି ଘର ଡିହ ପଟା , ଭିବି ଜି ରାମ ଜି ଆଇନ ବାତିଲ କରିବା ସହ ମନେରଗା ଆଇନ ଲାଗୁ କରିବା, ଦୈନିକ ୭୦୦ ଟଙ୍କା ପ୍ରଦାନ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ କୁ ସାମ୍ଭିଧାନିକ ଅଧିକାର ଭାବେ କାର୍ଯ୍ୟକରିବା, ବିଦ୍ୟୁତ ଓ ବିହନ ଆଇନ ରଦ୍ଧ କରିବା , ସମସ୍ତ ଙ୍କୁ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ ଯୋଗାଇବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ୍ୟ ଓ ଘର ଡିହ ପଟା ଯୋଗାଇବା, ସମସ୍ତ କ୍ଷେତ ମଜଦୁର ମାନଙ୍କୁ ରେସନ କାର୍ଡ ଧାରିକୁ ୫୦ କେଜି ଚାଉଳ, ବିକଳାଙ୍ଗ ଓ ବାର୍ଦ୍ଧକ୍ଯ ମାନଙ୍କୁ ମାସିକ ୫୦୦୦ ହଜାର ଟଙ୍କା ଯୋଗାଇବା, ଲଦ ସିକକା ଉପରେ ସମ୍ପତି ବ୍ୟାର୍ଯ୍ୟାସ୍ତକୁ ପ୍ରତ୍ୟାହାର କରିବା ଏବଂ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ଜନ ବିରୋଧୀ ନିତି ବିରୁଦ୍ଧ ରେ ରାଜ୍ୟ ସମ୍ପାଦକ ତ୍ରିପତି ଗମାଙ୍ଗ, ରାମଚନ୍ଦ୍ର ପ୍ରାସ୍କା, କୈଳାସ ଶବର, ତିବ୍ର ସମାଲୋଚନା କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ଶହ ମହିଳା ପୁରୁଷ ସମେତ ରାମ ଚନ୍ଦ୍ର ପ୍ରାସ୍କା, କୈଳାସ ଶବର, ଅନିରୁଦ୍ଧ ନିଶିକା , ସୁନ୍ଦୁରୁ ମିଣିଆକା, ଗୁରୁନାଥ ବାଗିରିଆ, ଚୈତନ୍ୟ ଗରଡିଆ, ଦେବେନ୍ଦ୍ର ଲାବାଲା, ଆଚାନା ମାଣ୍ଡାଙ୍ଗି, ରୁପଲି ପ୍ରାସ୍କା , ମୂର୍ତ୍ତୀ ମିଣିଆକା, ରାଉଉରାଇ କୋଶ ଲୟ, ସମିୟା ହିକକା ପ୍ରମୁଖ ଉପସ୍ଥିତ ରହିଥିଲେ। ଏ ବିଷୟରେ ବିଡ଼ିଓ ମନୀଷା ଦାସ କହିଛନ୍ତି ଅଖିଳ କୃଷି ଓଭାରତୀୟ ଗ୍ରାମୀଣ ଶ୍ରମିକ ସଙ୍ଗ ଓ ସି ପି ଆଇ (ଏମଏଲ) ଲିବରେସନ ଦେଇଥିବା ଦାବି ପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯିବ ବୋଲି କହିଛନ୍ତି।