ସମ୍ବଲପୁର, ୨୩/୦୬: ଭିଜିଲାନ୍ସ ଜାଲରେ ସମ୍ବଲପୁର CADA ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଜଳ ସମ୍ପଦ ବିଭାଗ ଅଧୀନରେ ଆସୁଥିବା ସମ୍ବଲପୁର CADA ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପଦ୍ମଲୋଚନ ନାୟକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ।
ଯନ୍ତ୍ରୀଙ୍କ ୭ଟି ଠିକଣାରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସମ୍ବଲପୁର ଧନୁପାଲି ସ୍ଥିତ ଭଡ଼ା ଘରେ ସମେତ କଟକ, ବାଲେଶ୍ୱର ଓ ମାଲକାନଗିରିର ୭ଟି ସ୍ଥାନରେ ରେଡ୍ ଚାଲିଛି।
ଏହି ଚଢ଼ାଉରେ ଭିଜିଲାନ୍ସର ୪ DSP, ୧୩ ଇନ୍ସପେକ୍ଟର ଓ ୭ଜଣ ASI ସାମିଲ ଅଛନ୍ତି। ଏଯାଏଁ ତାଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କଲାଣି ଭିଜିଲାନ୍ସ। ଆହୁରି ଖୋଳତାଡ଼ କରୁଛି ଭିଜିଲାନ୍ସ।