ପଞ୍ଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତ୍ତନ ନିମନ୍ତେ ଜନ କଲ୍ୟାଣ ଶିବିର
ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାରେ ଯୋଡ଼ି ହେଲେ ହିତାଧିକାରୀ
କଲ୍ୟାଣସିଂହପୁର, ୨୩/୬(ନିପ୍ର): ରୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର କଲ୍ୟାଣମଣ୍ଡପ ଠାରେ ବିକାଶର ଧାରା ଓଡିଶା ସାରା ଦୁଇ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚାୟତରେ ସୁଶାସନ ଗ୍ରାମାଞ୍ଚଳରେ ପରିବର୍ତ୍ତନ ନିମନ୍ତେ ଜନ କଲ୍ୟାଣ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୌତମ ବାର୍ଲି ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ତିନିଦିନ ଧରି କରାଯିବ। ପ୍ରଥମ ଦିନ ରେ ଜନ କଲ୍ୟାଣ ଶିବିର ଓ ହିତାଧିକାରୀ ଶିବିର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାରେ ୫୬ଜନ ହିତାଧିକାରୀଙ୍କୁ, ହିତାଧିକାରୀ ପଞ୍ଜିକରଣ କଲେ ୧୬ଜଣ, ଇ-କୋୱାସି ଓ ଆଧାର ସତ୍ୟାପନରେ ୨୨ଜଣ ଓ ଗୃହ ଯୋଜନାରେ ୩ଜଣ ହିତାଧିକାରୀ, ମଧୁବାବୁ ପେନସନ ଯୋଜନାରେ ୬ଜଣ ହିତାଧିକାରୀ ଙ୍କୁ ପ୍ରଦାନ କରାଯାଇଛି। ଏଥିରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗଗନ ବିହାରୀ ପାଲାକା, ଅତିରିକ୍ତ ଡାଟା ଅପରେଟର ରବୀନ୍ଦ୍ର ନାୟକ , ଜି ଆର ଏସ ରଞ୍ଜିତା ହିମିରିକା, ସ୍ୱାସ୍ଥ୍ୟ ବିଭାଗର ମହିଳା ସ୍ୱାସ୍ଥ୍ୟ କର୍ମୀ ମିନାକ୍ଷୀ ଦାସ, ଇଲିଜା ବିଶ୍ୱାଳ, ଏ. ଦୀପା କୁମାରୀ ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ଆଉ ଦୁଇ ଦିନଧରି ଚଳିବ ବୋଲି ସୂଚନା ମିଳିଛି।