ରଥଯାତ୍ରା ପରିଚାଳନା ପାଇଁ ୧୩ OAS ଅଧିକାରୀଙ୍କୁ ଦାୟିତ୍ବ

ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଭାବେ ନିଯୁକ୍ତ କଲେ ସରକାର

ପୁରୀ, ୨୪/୦୬: ରଥଯାତ୍ରା ପରିଚାଳନା ପାଇଁ ପୁରୀରେ ୧୩ OAS ଅଧିକାରୀଙ୍କୁ ଦାୟିତ୍ବ ମିଳିଛି। ୧୩ OAS ଅଫିସରଙ୍କୁ ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଭାବେ ନିଯୁକ୍ତ କଲେ ସରକାର।

ଜୁନ ୨୫ରୁ ଜୁଲାଇ ୨୭ ପର୍ଯ୍ୟନ୍ତ ପୁରୀରେ ରହି ଜିଲ୍ଲା ପ୍ରଶାସନକୁ ସହଯୋଗ କରିବେ। ରଥଯାତ୍ରା ପରିଚାଳନା, ଭିଡ଼ ନିୟନ୍ତ୍ରଣ, ଶୃଙ୍ଖଳା ରକ୍ଷା କାର୍ଯ୍ୟରେ ସହଯୋଗ କରିବେ।