ପୁରୀ, ୨୪/୦୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଗୁଣ୍ଡିଚା ଓ ବାହୁଡ଼ା ଦିନ ଟୋଲ୍ ଫି’ ଆଦାୟ ମନା। ରଥଯାତ୍ରା ପାଇଁ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକରେ ନିଷ୍ପତ୍ତି ନେଇ ସୂଚନା ଦେଲେ ବସ୍ ମାଲିକ ସଂଘ ସାଧାରଣ ସମ୍ପାଦକ।
ନିଷ୍ପତ୍ତି ଅନୁଯାୟୀ, ପିପିଲି ଟୋଲ୍ ଗେଟ୍ରେ ବସ୍ କି କାର୍, କୌଣସି ଗାଡ଼ିକୁ ଫି’ ଦେବାକୁ ପଡ଼ିବନି। ମାଳତିପାଟପୁରରେ ବାହାର ଗାଡ଼ି ପାର୍କିଂ ପାଇଁ ନିଷ୍ପତ୍ତି ନିଆଯାଇଛି। ତାଳବଣିଆରେ ସ୍ଥାନୀୟ ଗାଡ଼ି ଓ ସ୍ବତନ୍ତ୍ର ଅନୁମତି ପ୍ରାପ୍ତ ଗାଡ଼ି ପାର୍କିଂ ହେବ।
ସେହିପରି ରଥଯାତ୍ରା ବେଳେ ଲୋକଙ୍କ ଆବଶ୍ୟକତା ଦେଖି ଦିନରାତି ବସ୍ ଚାଲିବ। ରାଜ୍ୟର ପ୍ରାୟ ୬ ଶହ ଓ ବାହାର ରାଜ୍ୟକୁ ମିଶାଇ ହଜାରେ ବସ୍ ଚାଲିବ।