ସରପଞ୍ଚଙ୍କ ସ୍ୱାମୀଙ୍କୁ ଗୁଳିମାଡ଼

ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର

ବଡ଼ମ୍ବା, ୨୬/୦୬: ସରପଞ୍ଚଙ୍କ ସ୍ୱାମୀଙ୍କ ଉପରକୁ ଗୁଳା ମାଡ଼। ସନ୍ତ୍ରାବଳି ସରପଞ୍ଚଙ୍କ ସ୍ବାମୀଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି କିଛି ଦୁର୍ବୃତ୍ତ।

ମାଣିଆବନ୍ଧ ଥାନା କୁଆଁରପାଳ ଛକରେ ୪ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ୩ ଦୁର୍ବୃତ୍ତ ବାଇକରେ ଆସି ଗୁଳି ଚଳାଇ ଫେରାର୍‌ ମାରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି।