ହେଲୁ, ଆଇକନ୍ସ ଓଡ଼ିଶା ୨୦୨୬: ହାଇଟେକ୍ ଗ୍ରୁପ୍ ମ୍ୟାନେଜିଂ ଟ୍ରଷ୍ଟି ଓ ସିଇଓ ସୁରେଶ ପାଣିଗ୍ରାହୀ ପୁରସ୍କୃତ

‘ମେଡିକାଲ ଭିଜନାରୀ ଫର ସୋସିଆଲ ଟ୍ରାନ୍ସଫର୍ମେସନ ଆଣ୍ଡ ହେଲୁ ଇକ୍ସିଟି’ ସମ୍ମାନରେ ସମ୍ମାନିତ

ଭୁବନେଶ୍ବର, ୨୬/୦୬: ଓଡ଼ିଶାର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆୟୋଜିତ ହୋଇଯାଇଛି ପ୍ରତିଷ୍ଠିତ ‘ଟାଇମ୍ସ ହେଲ୍‌ଥ ଆଇକନସ ଓଡ଼ିଶା ୨୦୨୬’ର ୮ମ ସଂସ୍କରଣ I ଏହି ଭବ୍ୟ ସମାରୋହରେ ହାଇଟେକ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନସର ମ୍ୟାନେଜିଂ ଟ୍ରଷ୍ଟି ତଥା ଗ୍ରୁପ୍ ସିଇଓ ସୁରେଶ କୁମାର ପାଣିଗ୍ରାହୀଙ୍କୁ ‘ମେଡିକାଲ ଭିଜନାରୀ ଫର ସୋସିଆଲ ଟ୍ରାନ୍ସଫର୍ମେସନ ଆଣ୍ଡ ହେଲୁ ଇକ୍ସିଟି’ ସମ୍ମାନରେ ସମ୍ମାନିତ କରାଯାଇଛି I ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ସୁଲଭ ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟ ସେବା ପହ‌ଞ୍ଚାଇବା ଦିଗରେ ଶ୍ରୀ ପାଣିଗ୍ରାହୀଙ୍କ ଅଦମ୍ୟ ପ୍ରୟାସ ପାଇଁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି I ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସହ ଆସନ୍ତା ଦିନରେ ରୋଗୀସେବା ଜାରି ରହିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି I ହାଇଟେକ୍ ଗ୍ରୁପ୍ ଅଧ୍ଯକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ଉଦ୍ୟମରେ ହାଇଟେକ୍ ମେଡିକାଲ୍ କଲେଜ୍‌ ଓ ହସ୍‌ପିଟାଲ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଶିଖର ଛୁଇଁଛି | ସେହିପରି ହାଇଟେକ୍ ମେଡିକାଲ୍‌ର ହୃଦରୋଗ ବିଭାଗ ରୋଗନିରୁପଣ,ଚିକିତ୍ସା, ଅସ୍ତ୍ରୋପଚାର ଓ ରୋଗୀସେବା କ୍ଷେତ୍ରରେ ସାରା ରାଜ୍ୟରେ ପ୍ରଥମ ସ୍ଥାନ ହାସଲ କରିଛି I ଏହି ଅବସରରେ ହାଇଟେକ୍ ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଡିଓଲୋଜି (ହୃଦ୍‌ରୋଗ) ବିଭାଗକୁ ରାଜ୍ୟର ‘ନମ୍ୱର-୧ ଇନ୍ କାର୍ଡିଓଲୋଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ’ ଭାବେ ଘୋଷଣା କରାଯାଇ ପୁରସ୍କୃତ କରାଯାଇଛି I ଏହି ଗୌରବପୂର୍ଣ୍ଣ ପୁରସ୍କାର ଗ୍ରହଣ କରିବା ପାଇଁ ହାଇଟେକ୍‌ର ମ୍ୟାନେଜିଂ ଟ୍ରଷ୍ଟି ତଥା ଗ୍ରୁପ୍ ସିଇଓ ସୁରେଶ ପାଣିଗ୍ରାହୀଙ୍କ ସହ ହସ୍ପିଟାଲର ବିଶେଷଜ୍ଞ ଡାକ୍ତରୀ ଦଳ ଯଥା-ଡାକ୍ତର ଶ୍ୱେତାଙ୍କ ଦାସ, ଡାକ୍ତର ରିତେଶ ଆଚାର୍ଯ୍ୟ ଏବଂ ମେଡିକାଲ୍ ଅକ୍ଷକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ମଞ୍ଚକୁ ଆମନ୍ତ୍ରିତ ହୋଇ ବଲିଉଡ୍ ତାରକା ବୋମନ ଇରାନୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଥିଲେ I ଏହି ଉତ୍ସବରେ ଚିକିତ୍ସା କ୍ଷେତ୍ର ସହ ଜଡ଼ିତ ଅନେକ ବିଶିଷ୍ଟ ବ୍ୟକ୍ତିତ୍ବ, ଡାକ୍ତର ଏବଂ ଅତିଥିମାନେ ଉପସ୍ଥିତ ରହି ସ୍ବାସ୍ଥ୍ୟ ସେବାରେ ଓଡ଼ିଶାର ଏହି ଅଗ୍ରଗତିକୁ ପ୍ରଶଂସା କରିଥିଲେ।