ଟିଟିଲାଗଡ଼, ୨୬/୦୬: ସରକାରୀ ଶିକ୍ଷକଙ୍କ ଗଞ୍ଜେଇ ଚାଲାଣ। ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଲେ ୨ ଶିକ୍ଷକ। କଳାହାଣ୍ଡିରୁ ବଲାଙ୍ଗିର ଅଭିମୁଖେ ଚାଲାଣ ବେଳେ ଏନ୍ଏଚ୍ ୨୬ ସଇଁତଳା ଥାନା ଅନ୍ତର୍ଗତ ବରଗାଁ ଛକରୁ ଧରିଲେ ଟିଟିଲାଗଡ଼ ଓ ତୁଷୁରା ଅବକାରୀ ଟିମ୍।
କାର୍ରେ ଚାଲାଣ ବେଳେ ୩୩ କେଜି ଗଞ୍ଜେଇ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ ରଖିଛି ପୋଲିସ। ଗିରଫ ୩ ଜଣଙ୍କ ମଧ୍ୟରୁ ୨ ସରକାରୀ ଶିକ୍ଷକ ଥିବା ସୂଚନା ମିଳିଛି। ଅଭିଯୁକ୍ତ ଶିକ୍ଷକମାନେ ହେଲେ କଳାହାଣ୍ଡି ଏମ୍.ରାମପୁର ଥାନା ଅଞ୍ଚଳର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ।