ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ

ସାଂସଦ ପ୍ରଦୀପ ପୁରୋହିତଙ୍କ ସୂଚନା

ଭୁବନେଶ୍ୱର, ୦୨/୦୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଓଡ଼ିଶା ଗସ୍ତ ବାତିଲ। ଖରାପ ପାଗ ଯୋଗୁଁ ଓଡିଶା ଗସ୍ତ ବାତିଲ ହୋଇଥିବା ନେଇ ସୂଚନା ମିଳିଛି। ଗସ୍ତ ବାତିଲ ହୋଇଥିବା ନେଇ ସାଂସଦ ପ୍ରଦୀପ ପୁରୋହିତ ସୂଚନା ଦେଇଛନ୍ତି।

୩ରୁ ୫ ତାରିଖ ଯାଏଁ ଅନେକ କାର୍ଯ୍ୟକ୍ରମ ଥିଲା‌। ଆସନ୍ତା ୪ ତାରିଖରେ ବରଗଡ଼ ଆସିଥାନ୍ତେ ଶାହ। ଇଥାନଲ ପ୍ରକଳ୍ପ ସହିତ ଅନ୍ୟାନ୍ୟ ପ୍ରକଳ୍ପର ଲୋକାର୍ପଣ କରିଥାନ୍ତେ ଶାହ। ଏଥିସହିତ ସମ୍ବଲପୁର, ଝାରସୁଗୁଡ଼ା, କଟକ ଓ ଭୁବନେଶ୍ୱରରେ ମଧ୍ୟ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ।