ଭୁବନେଶ୍ୱର, ୨୨/୦୭: ପୁଣି ଫେରିଲା କରୋନା। କିଛି ବର୍ଷର ବ୍ୟବଧାନ ପରେ ପୁଣି ବ୍ୟାପିବାରେ ଲାଗିଛି କୋଭିଡ-୧୯। ଆନ୍ଧ୍ରପ୍ରଦେଶରେ କରୋନାରେ ଦୁଇ ଜଣଙ୍କ ମୃତ୍ୟୁ ହେବା ପରେ ଏବେ ଓଡ଼ିଶାରେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ବ୍ରହ୍ମପୁରରେ ତିନି ଜଣ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ। ତିନି ଜଣ ଆକ୍ରାନ୍ତ ଆନ୍ଧ୍ରପ୍ରଦେଶ ଫେରନ୍ତା। ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଜଣେ ବ୍ରହ୍ମପୁର ଏମକେସିଜି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ଦୁଇ ଜଣ କ୍ୱାରେଣ୍ଟାଇନରେ ଅଛନ୍ତି।