ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନିଝିଅ ଲୋକାଭ୍ୟା ଅବନୀତ

ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ

ଅସ୍ତରଙ୍ଗ, ୨୨/୦୭: ଅସ୍ତରଙ୍ଗ ବ୍ଲକ ଝାଡଲିଙ୍ଗ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଅଜିତ ପ୍ରଧାନ ଏବଂ ତାଙ୍କ ଧର୍ମ ପତ୍ନୀ ରୋଜାଲିନ ପ୍ରଧାନଙ୍କ ଦୁଇ ବର୍ଷ ନଅ ମାସର ବିସ୍ମୟ କନ୍ୟା ଲୋକାଭ୍ୟା ଅବନୀତ ପ୍ରଧାନ ନାମଟା ଯେମିତି ସୁନ୍ଦର ଗୁଣ ବି ସେମିତି ବିସ୍ମୟ। ଯେଉଁ କାରଣରୁ ଏତେ କମ ବୟସରେ ସେ ସ୍ଥାନ ପାଇଛନ୍ତି ଇଣ୍ଡିଆ ବୁକ ଅଫ ରେକର୍ଡରେ, ଯାହା ଅସ୍ତରଙ୍ଗ ଅଞ୍ଚଳ ପାଇଁ ଖୁସି ଆଣିଦେଇଛି। ଏହି ବିସ୍ମୟ କୁନି ଝିଅ ଲୋକାଭ୍ୟା ଏକ ସାଙ୍ଗରେ ବାରଟି ଜାତୀୟ ପ୍ରତୀକର ନାମ, ଇଂରାଜୀ ବର୍ଣ୍ଣମାଳା, ସୌର ଜଗତର ସମସ୍ତ ଗ୍ରହ ମାନଙ୍କର ନାମ, ଶରୀରର କୋଡିଏଟି ଅଙ୍ଗ ପ୍ରତ୍ୟଙ୍ଗର ନାମ, ପ୍ରତ୍ୟେକ ଇଂରାଜୀ ବର୍ଣ୍ଣର ଧ୍ଵନି ପ୍ରତୀକ, ୯ ଗୋଟି ରଙ୍ଗକୁ ଚି଼ହ୍ନଟ କରିବା, ୧୨ଟି ବିଭିନ୍ନ ଆକାରର ନାମ, ୩୨ଟି ମୋଟରଯାନର ନାମ, ୨୦ଟି ଫୁଲର ନାମ, ୨୩ଟି ଫଳର ନାମ, ୨୩ଟି ପଶୁ, ୨୦ଟି ପକ୍ଷୀଙ୍କ ନାମ, ୧୮ଟି ପନିପରିବାର ନାମ କହିବା, ଇଂରାଜୀ ସଂଖ୍ୟା ୨୦ ପର୍ଯ୍ୟନ୍ତ କହିବା ସହିତ ୧୨ ପ୍ରକାରର ଅଭିନୟ କରିବା ଜାଣିଥିବାରୁ ଆଜି ସେ ଏହି ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ରେକର୍ଡ ରେ ସ୍ଥାନ ପାଇବା ପରେ ତାଙ୍କର ପିତା ମାତା, ପରିବାର, ସାଙ୍ଗସାଥି ସମସ୍ତେ ଆନନ୍ଦିତ ହୋଇ ଆହୁରି ଆଗକୁ ଯିବା ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିଛନ୍ତି।