ପୁରୀ, ୨୪/୦୭: ବାହୁଡ଼ା ଯାତ୍ରାରେ ଅଣନିଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଦର୍ପଦଳନ ରଥ ନିକଟରେ ଶ୍ରଦ୍ଧାଳୁ ଜଣଙ୍କ ଅସୁସ୍ଥ ହୋଇ ପଡିଥିଲେ। ତୁରନ୍ତ ପୁରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କଲେ ଡାକ୍ତର। ମୃତକ ହେଉଛନ୍ତି କଟକର ୫୭ ବର୍ଷୀୟ ଅଭିରାମ ଦାସ।