ନୂଆଦିଲ୍ଲୀ, ୨୪/୦୭: କେନ୍ଦ୍ର ରେଳ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ତଥା ପଞ୍ଜାବ ବିଜେପି ନେତା ରଭନୀତ ସିଂହ ବିଟ୍ଟୁ ପଦରୁ ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶକ୍ରମେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି।
ରାଜ୍ୟସଭା ସାଂସଦ ଭାବରେ ତାଙ୍କର କାର୍ଯ୍ୟକାଳ ଜୁନ୍ ମାସରେ ଶେଷ ହୋଇସାରିଛି। ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ବିଟ୍ଟୁ ନିର୍ବାଚନ ଲଢିବାର ସମ୍ଭାବନା ରହିଛି। ସେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଅନ୍ତ ସିଂହଙ୍କ ନାତି।