୩ କୋଟି ଖାଇଦେଲେ ପୂର୍ବତନ ରାଜସ୍ୱ ସହାୟକ, ଚାଲିଛି ବଡ଼ ରେଡ୍

ଅଗଷ୍ଟ ୧୨ରେ ଗିରଫ ହୋଇଥିଲେ

ନାଉଗାଁ, ୨୪/୦୮: ନାଉଗାଁର ପୂର୍ବତନ ରାଜସ୍ୱ ସହାୟକ (ଏସଆରଏ) ଭଞ୍ଜକିଶୋର ବେହେରାଙ୍କ ଘରେ ହୋଇଛି ଭିଜିଲାନ୍ସ ରେଡ୍‌। ପୈତୃକ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ।

ତିର୍ତ୍ତୋଲ ବ୍ଲକରେ କାର୍ଯ୍ୟ ସମୟରେ ୩.୦୨ କୋଟିର ଦୁର୍ନୀତିରେ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି। ସରକାରୀ ତହବିଲରୁ ହଡ଼ପ କରିଛନ୍ତି ଟଙ୍କା। ଅଗଷ୍ଟ ୧୨ରେ ଭଞ୍ଜକିଶୋରଙ୍କୁ ଗିରଫ କରିଥିଲା ଭିଜିଲାନ୍ସ।

ଚଢ଼ାଉ ବେଳେ ରଘୁନାଥପୁର ପାଟେଣୀ ଗାଁରେ ୭ ହଜାର ବର୍ଗଫୁଟର ୨ ମହଲା କୋଠା ଠାବ ହୋଇଛି। ୪ ହଜାର ବର୍ଗଫୁଟରେ ରହିଛି ଏକ ଟେଣ୍ଟ ହାଉସ। ୩ ହଜାର ବର୍ଗଫୁଟରେ ରହିଛି ଆଉ ଏକ କୋଠା।