କଲ୍ୟାଣସିଂହପୁର, ୧୦/୯(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକର ମାଝୀଗୁଡା ପଞ୍ଚାୟତ ସଦରରେ ହେଉଥିବା ସାପ୍ତାହିକ ହାଟ ନିଲାମୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହାଟ ନିଲାମୀ ବେଳେ ମାଝିଗୁଡା ସଦର ଗାଁ ଏବଂ ମାଝିଗୁଡା ପଞ୍ଚାୟତର ବିଭିନ୍ନ ଗାଁରୁ ଅନେକ ଲୋକମାନେ ଉପସ୍ଥିତ ରହିଥିଲେ। ଏହି ହାଟ ନିଲାମୀ କାର୍ଯ୍ୟକ୍ରମକୁ ଶ୍ୟାମଧର କଣ୍ଡାଗରୀ ସଭାପତିତ୍ବ କରିଥିବା ବେଳେ ଜିପିଓ ଶ୍ୱେତମ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ମାଝୀଗୁଡା ପଞ୍ଚାୟତ ଗ୍ରାମସେବକ ରାଜେଶ ପଟ୍ଟନାୟକଙ୍କ ଉପସ୍ଥିତରେ ହାଟ ନିଲାମୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ପ୍ରଥମେ ମାଝିଗୁଡା ସଦରରେ ଥିବା ତେନ୍ତୁଳି ଗଛ ୧୮୦୦ ଟଙ୍କା ତ୍ରିପତି ପ୍ରାସ୍କା ଓ କଟଲପାଡୁରେ ଥିବା ବନ୍ଧ ୧୮ ହଜାର ଟଙ୍କାକୁ ନିଲାମୀ ହୋଇଥିବା ବେଳେ ମାଝୀଗୁଡା ସାପ୍ତାହିକ ହାଟ ୬ ଲକ୍ଷ ୨୬ ହଜାର ଟଙ୍କାକୁ ନିଲାମୀ ହୋଇଥିଲା। ଏହି ନିଲାମୀରେ ଜୟପ୍ରକାଶ ଜାଡ଼ିଙ୍କ ନାମରେ ଏକ ବର୍ଷ ପାଇଁ ନିଲାମୀ ନେଇଥିବା ଜଣାପଡିଛି।ପୂର୍ବରୁ ସାପ୍ତାହିକ ହାଟ (୫,୬୮,୫୦୦) ଟଙ୍କାକୁ ଦେଇ ଯୁଧିଷ୍ଠିର ମହାନନ୍ଦିଆ ଏକ ବର୍ଷ ପାଇଁ ନିଲାମୀ କରିଥିଲେ।