ବିଲାସପୁର-ତିରୁପତି-ବିଲାସପୁର ଏକ୍ସପ୍ରେସ୍ ନର୍ଲା ରୋଡ୍ ଷ୍ଟେସନରେ ରହଣି କରିବ
ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି କରିବା ମୁଖ୍ୟ ଉଦ୍ଦେଶ୍ୟ
ସମ୍ବଲପୁର, ୨୬/୦୯: ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି କରିବା ଲକ୍ଷ୍ୟରେ, ପୂର୍ବ ତଟ ରେଳପଥ ୨୮ ସେପ୍ଟେମ୍ବର ୨୦୨୬ ଠାରୁ ପରୀକ୍ଷାମୂଳକ ଭାବେ ନର୍ଲା ରୋଡ୍ ଷ୍ଟେସନରେ ଟ୍ରେନ୍ ନଂ ୧୭୪୮୨/୧୭୪୮୧ ବିଳାସପୁର-ତିରୁପତି-ବିଳାସପୁର ଦ୍ୱି-ସାପ୍ତାହିକ (ସାପ୍ତାହିକ ଦୁଇଥର ଚାଲୁଥିବା) ଏକ୍ସପ୍ରେସ ର ରହଣି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି।
• ୨୭ ସେପ୍ଟେମ୍ବର ୨୦୨୬ରେ ତିରୁପତିରୁ ଛାଡ଼ୁଥିବା ଟ୍ରେନ୍ ନଂ ୧୭୪୮୨ ତିରୁପତି-ବିଲାସପୁର ଦ୍ୱି-ସାପ୍ତାହିକ ଏକ୍ସପ୍ରେସ୍, ନର୍ଲା ରୋଡ୍ ଷ୍ଟେସନରେ ୨୮ ସେପ୍ଟେମ୍ବର ୨୦୨୬ ଦିନ ୧୦:୦୮ ଘଟିକାରେ ପହଞ୍ଚିବ ଏବଂ ୧୦:୧୦ ଘଟିକାରେ ବିଲାସପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବ।
• ୨୯ ସେପ୍ଟେମ୍ବର ୨୦୨୬ରେ ବିଲାସପୁରରୁ ଛାଡ଼ୁଥିବା ଟ୍ରେନ୍ ନଂ ୧୭୪୮୧ ବିଲାସପୁର-ତିରୁପତି ଦ୍ୱି-ସାପ୍ତାହିକ ଏକ୍ସପ୍ରେସ୍, ନର୍ଲା ରୋଡ୍ ଷ୍ଟେସନରେ ୨୧:୩୮ ଘଟିକାରେ ପହଞ୍ଚିବ ଏବଂ ୨୧:୪୦ ଘଟିକାରେ ତିରୁପତି ଅଭିମୁଖେ ଯାତ୍ରା ଆରମ୍ଭ କରିବ।
ଏହି ରହଣି ବ୍ୟବସ୍ଥାର ଉଦ୍ଦେଶ୍ୟ ହେଉଛି ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି କରିବା ଏବଂ ନର୍ଲା ରୋଡ୍ ତଥା ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ରେଳ ସଂଯୋଗରେ ଉନ୍ନତି ଆଣିବା।
ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ ସେମାନେ ସଂଶୋଧିତ ସମୟସୂଚୀକୁ ଧ୍ୟାନରେ ରଖନ୍ତୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା ପ୍ରସ୍ତୁତ କରନ୍ତୁ।