ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୩୮ ତମ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ

ମୋଦିଜୀଙ୍କ ‘ଜନ ଭାଗିଦାରୀ’ ଆହ୍ୱାନକୁ ଆହୁରି ବ୍ୟାପକ କରି ରାଷ୍ଟ୍ର ନିର୍ମାଣରେ ସକ୍ରିୟ ଭୂମିକା ନେବା: ମନମୋହନ ସାମଲ

“ମନ୍ କି ବାତ୍‌” କାର୍ଯ୍ୟକ୍ରମ ଦେଶର କୋଣ ଅନୁକୋଣରେ ହେଉଥିବା ସକାରାତ୍ମକ ପ୍ରୟାସ ଓ ଜନ ଭାଗିଦାରୀକୁ ଏକ ସୂତ୍ରରେ ଯୋଡ଼ୁଥିବା ଏକ ଶକ୍ତିଶାଳୀ ମାଧ୍ୟମ

ଭବାନୀପାଟଣା/ଭୁବନେଶ୍ୱର, ୨୭/୦୯: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୮ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ବିଭିିନ୍ନ ଗୁରୁ୍‌ତ୍ୱପୂର୍ଣ୍ଣ ବିଷୟରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିିଛନ୍ତି ପ୍ରଧାମନ୍ତ୍ରୀ ମୋଦିଜୀ । ସେ ସର୍ଜିକାଲ୍ ଷ୍ଟ୍ରାଇକ୍‌‌ର ୧୦ ବର୍ଷ ପୂର୍ତି ବିଷୟରେ ଆଲୋକପାତ କରିବା ସହ ଭାରତୀୟ ସେନାର ବୀରତା ଓ ଆତଙ୍କବାଦ ବିରୋଧରେ ଭାରତର ଦୃଢ଼ ନୀତି ସମ୍ପର୍କରେ କହିଛନ୍ତି । ଏଥିସହ ସ୍ୱଚ୍ଛତା, ପରିବେଶ ଓ ବନ୍ୟଜୀବ ସୁରକ୍ଷା, ନିଶାମୁକ୍ତ ଯୁବ ସମାଜ, ଗ୍ରାମୀଣ କ୍ରୀଡ଼ା ପ୍ରତିଭା, ସ୍ଥାନୀୟ ଉାଦ ଓ କୁପୋଷଣ ବିରୋଧୀ ଜନଭାଗିଦାରୀ ଭଳି ବିଭିନ୍ନ ଗୁରୁତ୍ୱର୍ପୂ ବିଷୟରେ ମୋଦୀଜୀ ନିଜର ବିଚାରବ୍ୟକ୍ତ କରିଛନ୍ତି । ଏହି ଅବସରରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ଜନଗଣନା ବିଷୟରେ ଉଲ୍ଲେଖ କରିଥିଲେ । ଜଣଗଣନା ଆମ ଦେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱର୍ପୂ । ଏଥିରେ ଭାଗନେଇ ପରିବାର ସମ୍ବନ୍ଧରେ ସଠିକ୍ ସୂଚନା ଦେଇ ଦେଶର ଭବିଷ୍ୟତ ଚିତ୍ର ଓ ପରିସଂଖ୍ୟାନ ପ୍ରସ୍ତୁତ କରିବାକୁ ମୋଦିଜୀ ଯେଉଁ ଆହ୍ୱାନ ଦେଇଛନ୍ତି, ସେଥିରେ ସମସ୍ତେ ସାମିଲ ହୋଇ ରାଷ୍ଟ୍ର ନିର୍ମାଣରେ ପ୍ରମୁଖ ଭୂମିକା ନିଭାଇବାକୁ ରାଜ୍ୟ ସଭାପତି ତଥା ରାଜ୍ୟ ସଭା ସାଂସଦ ଶ୍ରୀ ମନମୋହନ ସାମଲ କହିଛନ୍ତି । ଆଜି କଳାହାି ଜିଲା ଭବାନୀପାଟଣା ନିର୍ବାଚନ ମଳୀ ଅନ୍ତର୍ଗତ ଭବାନୀପାଟଣା ନଗର ମଳର ୧୪୮ ମନ୍ଦାରବଗିଚାପଡ଼ା(୩) ନମ୍ବର ବୁଥ୍‌ଠାରେ କାର୍ଯ୍ୟକର୍ତା ଓ ଜନସାଧାରଣଙ୍କ ସହ ଶ୍ରୀ ସାମଲ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ ।

ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ମନ କି ବାତ କାର୍ଯ୍ୟକ୍ରମ କେବଳ ଏକ ବିଚାର ନୁହେଁ ବରଂ ଦେଶର କୋଣ ଅନୁକୋଣରେ ହେଉଥିବା ସକାରାତ୍ମକ ପ୍ରୟାସ, ସେବା ଓ ଜନ ଭାଗିଦାରୀକୁ ଏକ ସୂତ୍ରରେ ଯୋଡ଼ୁଥିବା ଏକ ଶକ୍ତିଶାଳୀ ମାଧ୍ୟମ । ମୋଦିଜୀଙ୍କ ‘ଜନ ଭାଗିଦାରୀ’ର ଆହ୍ୱାନକୁ ଆହୁରି ସଶକ୍ତ କରି ରାଷ୍ଟ୍ର ନିର୍ମାଣରେ ନିଜର ସକ୍ରିୟ ଭୂମିକା ନେବା ।

କୃଷକ ମୋର୍ଚ୍ଚା ପକ୍ଷରୁ ଆୟୋଜିତ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିଥିବାରୁ ଅତ୍ୟନ୍ତ ଖୁସି ଅନୁଭବ କରୁଛି । ନୂଆଁଖାଇ ଏକ କୃଷିଭିତିକ ପର୍ବ । ପଶ୍ଚିମ ଓଡ଼ିଶାର ଆବାଳ ବୃଦ୍ଧବନିତା ସମସ୍ତେ ଏହାକୁ ପାଳନ କରନ୍ତି । ଏହା ସମସ୍ତଙ୍କ ଭିତରେ ଆତ୍ମୀୟତା, ପାରିବାରିକ ସମ୍ପର୍କ, ଭ୍ରାତୃଭାବ, ନୂଆ ଉତ୍ସାହ, ଉଦ୍ଦୀପନା, ନୂଆ ଚେତନା, ନୂଆ ଆଗ୍ରହ ଓ ସଚେତନତା ସୃଷ୍ଠି କରେ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ଶ୍ରୀ ସୁଜିତ୍ କୁମାର, ଲୋକସଭା ସାଂସଦ ଶ୍ରୀମତୀ ମାଳବିକା ଦେବୀ, ବିଧାୟକ ଶ୍ରୀ ସୁଧୀର ପାଟ୍ଟଯୋଶୀ, ଶ୍ରୀ ଲକ୍ଷ୍ମଣ ବାଗ, ରାଜ୍ୟ ଉପସଭାପତି ଶ୍ରୀ ଶିବାଜୀ ମହାନ୍ତି, ଶ୍ରୀ ଭବେନ୍ଦ୍ର କୁମାର ପଣ୍ଡା, କଳାହାଣ୍ଡି ଜିଲ୍ଲା ସଭାପତି ଶ୍ରୀ ଯୁଗୋଳ କିଶୋର ପୋଢ଼, ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ଶୁଭ୍ରାଂଶୁ ମୋହନ ପାଢ଼ୀ, ନଗରମଣ୍ଡଳ ସଭାପତି ଶ୍ରୀ ଚିତରଞ୍ଜନ ପାତ୍ର, ବୁଥ୍ ସଭାପତି ଶ୍ରୀ ପୃଥ୍ୱୀରାଜ ସିଂ ଓ ଶକ୍ତିକେନ୍ଦ୍ର ପ୍ରମୁଖ ଶ୍ରୀ ଅନୁପ ଦଣ୍ଡସେନା ପ୍ରମୁଖ ଉପସ୍ଥିତ ଥିଲେ ।