ଓଏଏସ ସ୍ତରରେ ଅଦଳବଦଳ

ବଦଳିଲେ ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ

ଭୁବନେଶ୍ୱର, ୦୭/୧୦: ଗତ କାଲି ଆଇଏଏସ ସ୍ତରରେ ଅଦଳବଦଳ ହୋଇଥିବା ବେଳେ ଆଜି ଓଏଏସ ସ୍ତରରେ ସାମାନ୍ୟ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀଙ୍କ ଯୁଗ୍ମ ସଚିବ ତ୍ରିଲୋଚନ ମହାନ୍ତିଙ୍କ ବଦଳି ହୋଇ ଭୁବନେଶ୍ବର ସ୍ଥିତ ROTIର ଯୁଗ୍ମ ନିର୍ଦ୍ଦେଶକ ଭାବେ ହେଲେ ଅବସ୍ଥାପିତ।

ସେହିପରି ଗୀତାଞ୍ଜଳି ନାୟକ ହେଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ। ସେ IT ବିଭାଗର ଅତିରିକ୍ତ ଶାସନ ସଚିବ ଦାୟିତ୍ବ ମଧ୍ୟ ତୁଲାଇବେ।

ନିବେଦିତା ବିଶ୍ବାଳ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। କୁକୁମୀନା ଦାସ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର PD, R&R ଭାବେ ଅବସ୍ଥାପିତ ହୋଇଛନ୍ତି।