କଲ୍ୟାଣ ସିଂହପୁର, ୦୮/୧୦(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପୂଜାରୀଗୁଡା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଉଦ୍ଦୀପନା ଓ ଆନନ୍ଦର ସହିତ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଆୟୋଜକ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ ସଂଯୋଜକ ଦିଲୀପ ପ୍ରଧାନ ଓ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନାଗଭୂଷଣ ରାଓଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ପରିଚାଳିତ କରିଥିଲା। ଗୋଷ୍ଠୀ ଶିକ୍ଷାଧିକାରୀ ପ୍ରତିଶ୍ରୁତି ସିଂ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ସେଠୀ ସମ୍ମାନିତ ଅତିଥି ଓ ଅଞ୍ଚଳର କଳା ଏବଂ ସଂସ୍କୃତି ପ୍ରେମୀ ସନ୍ତୋଷ କୁମାର ବଛା ଅତିଥି ଭାବେ ଯୋଗଦେଇ ଥିଲେ।ଅତିଥିମାନେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସାର ଓ ଆତ୍ମବିଶ୍ୱାସ ବୃଦ୍ଧିରେ ‘ସୁରଭି’ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ସୁରଭି–୨୦୨୬ ଅବସରରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଆଦି ବିଭିନ୍ନ ବିଷୟରେ ମୋଟ ୧୩ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା।କନିଷ୍ଠ ଓ ବରିଷ୍ଠ ବର୍ଗରେ କ୍ଲଷ୍ଟର ଅଧୀନ ବିଭିନ୍ନ ବିଦ୍ୟାଳୟର ୧୬୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରି ନିଜର ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ପ୍ରଦର୍ଶନରେ କାର୍ଯ୍ୟକ୍ରମ ପରିବେଶ ଉତ୍ସବମୁଖର ହୋଇଉଠିଥିଲା।
ଶିଶିର କୁମାର ରାଉତ ମଞ୍ଚ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।
କ୍ଲଷ୍ଟରର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ କଳ୍ପନା ସାହୁ, ପ୍ରିୟମ୍ବଦା ପରିଡ଼ା, ଲୋପାମୁଦ୍ରା ଗମାଙ୍ଗ, ଉତ୍ତମ ପାତ୍ର, ଅନିତା ସାହୁ, ସାବିତ୍ରୀ ପଣ୍ଡା, ପୁରନ୍ଦର ସୁନା, ପୁରନ୍ଦର ମାର୍ଥା, ଅନିଲ କୁମାର ଜେନା, ନରହରି ନାୟକ, ସରୋଜ କୁମାର ପାଢ଼ୀ, ପ୍ରଦୀପ ହିମିରିକା, ଶ୍ରୀକାନ୍ତ କୁମାର ମେଲେକା, ଅଭିମନ୍ୟୁ କନ୍ଧପାଣି, ସଦାଶିବ କୁଲିଶିକା, ନାମ ୱାଡକା ଓ କାମାକ୍ଷୀ ବିଡ଼ିକା ପ୍ରମୁଖ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ।