ପୂଜାରିଗୁଡ଼ାରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି–୨୦୨୬

ନିଜ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଲେ ୫୦୦ ଛାତ୍ରଛାତ୍ରୀ

କଲ୍ୟାଣ ସିଂହପୁର, ୧୪/୧୦ (ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକ ପୂଜାରୀଗୁଡା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଉତ୍ସାହ ଉଦ୍ଦୀପନା ଓ ବିଭିନ୍ନ ବିଦ୍ୟାଳୟ ଆଦିବାସୀ ନୃତ୍ୟର ସହିତ ବ୍ଲକସ୍ତରୀୟ  ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଆୟୋଜକ କାର୍ଯ୍ୟକ୍ରମରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବିଜୟ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ପରିଚାଳିତ କରିଥିଲା। ମୁଖ୍ୟ ଅତିଥି ଭାବେ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଚନ୍ଦନ ଦାସ ଗମାଙ୍ଗ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜିତ କୁମାର ଗିରି  ରହିଥିବା ବେଳେ ପୂଜାରୀଗୁଡା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ନାଗଭୂଷଣ ରାଓ, ବିଦ୍ୟାଳୟର ପରିଚାଳନା ଅଧ୍ୟକ୍ଷ ସୁରେନ୍ଦ୍ର ହିକକା, କଲ୍ୟାଣସିଂହପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ଦଳେଇ,ସମ୍ମାନିତ ଅତିଥି ଭାବେ  ମଞ୍ଚାସିନ ରହିଥିଲେ। ଅତିଥିମାନେ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ, ସୃଜନଶୀଳତାର ପ୍ରସାର ଓ ଆତ୍ମବିଶ୍ୱାସ ବୃଦ୍ଧିରେ ‘ସୁରଭି’ କାର୍ଯ୍ୟକ୍ରମର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।

ବ୍ଲକର ୧୩ଟି କ୍ଲୋଷ୍ଟର ପ୍ରଥମ ସ୍ଥାନ ଅଧିକାରୀ କରିଥିବା ମୋଟ ୫୦୦ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରି ନିଜ ନିଜ ପ୍ରତିଭା ଓ ସୃଜନଶୀଳତାର ପରିଚୟ ଦେଇଥିଲେ। ଏହି ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସୁରଭି–୨୦୨୬ ଅବସରରେ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ପିଏମ୍ ପୋଷଣ ଓ ମୁଖ୍ୟମନ୍ତ୍ରୀ ପୋଷଣ ଆଦି ବିଭିନ୍ନ ବିଷୟରେ ମୋଟ ୧୬ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀଙ୍କ ଉତ୍ସାହପୂର୍ଣ୍ଣ ପ୍ରଦର୍ଶନରେ କାର୍ଯ୍ୟକ୍ରମ ପରିବେଶ ଉତ୍ସବମୁଖର ହୋଇଉଠିଥିଲା। ଏହି ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଛି।

ଶିଶିର କୁମାର ରାଉତ ଓ ଅନିରୁଦ୍ଧ ସାମନ୍ତରାୟ ମଞ୍ଚ ପରିଚାଳନା କରିଥିଲେ ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

୧୩ଟି କ୍ଲଷ୍ଟରର  ଆଞ୍ଚଳିକ ସାଧାନ ସଂଯୋଜକ ଅନିରୁଦ୍ଧ ସାମନ୍ତରା, ଲକ୍ଷ୍ମଣ କଣ୍ଡାଗରୀ,ମଧୁସୂଦନ ସେନାପତି, ଭାସ୍କର ଚନ୍ଦ୍ର କାଡ୍ରାକା , ନୟନ ଦାସ, ରାଜେନ୍ଦ୍ର କୌଶଲ୍ୟା, ଗୁଲସନ ବଚ୍ଛା,ସୁରେଶ ହିମିରିକା, , ଶରତ କରକରିଆ, ଉମାଶଙ୍କର ବେହେରା, ବନମାଳୀ ଶବର,ଦିଲ୍ଲୀପ ପ୍ରଧାନ ସମସ୍ତ ଶିକ୍ଷକ- ଶିକ୍ଷୟିତ୍ରୀ   କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ। ବ୍ଲକସ୍ତରୀୟ ସୁରଭି ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ସୁରଭିରେ ଭାଗ ନେବେ ବୋଲି  ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ସେଠି ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ରେ ବିଷମକଟକ   ଜିଲ୍ଲା  ପ୍ରଶିକ୍ଷଣ କେନ୍ଦ୍ର ଅଧକ୍ଷ ଓ ଶିକ୍ଷକ ଜଗନ୍ନାଥ ମେହେର ଓ ଅଭିମନ୍ୟୁ ସେଠି ଙ୍କୁ ସଂମ୍ମାନିତ କରାଯାଇଛି। ଏବଂଉଦଯାପନୀ ଉତ୍ସବ ରେ ଅତିଥି ଭାବେ  ମଞ୍ଚାସିନ ରହି ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ଗୋଷ୍ଠି ଶିକ୍ଷାଧିକାରୀ ପ୍ରତିଶୃତି ସିଂ ଅନୁପସ୍ଥିତି ରହିଥିବାରୁ ସମସ୍ତ କର୍ମଚାରୀ ଦୁଃଖ କରିଥିଲେ।