ଭୁବନେଶ୍ୱର, ୧୪/୧୦: ମାନ୍ୟବର ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟିଙ୍କ ସମ୍ମାନାର୍ଥେ ଭୁବନେଶ୍ୱରସ୍ଥିତ ରାଜ୍ୟ ଅତିଥି ଭବନରେ ବିଦାୟକାଳୀନ ରାତ୍ର ଭୋଜନର ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କ ସମେତ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟପାଳଙ୍କ ସମ୍ମାନାର୍ଥେ ଆୟୋଜିତ ଏହି ବିଦାୟକାଳୀନ ଭୋଜନରେ ରାଜ୍ୟର ପ୍ରମୁଖ ଅତିଥିମାନେ ସାମିଲ ହୋଇଥିଲେ।