ରାୟଗଡା, ୧୫/୧୦(ଦକ୍ଷ ବାଥ୍ରା): ରାୟଗଡ଼ା ଜିଲ୍ଲାର ତିନିଟି ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଛାତ୍ର ସଂସଦ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟ, ଚନ୍ଦ୍ରପୁର ସରକାରୀ ଡିଗ୍ରୀ କଲେଜ ଓ ବିଷମକଟକ ମା’ ମାର୍କମା +୩ ମହାବିଦ୍ୟାଳୟରେ ବିଭିନ୍ନ ପଦବୀ ପାଇଁ କର୍ମକର୍ତ୍ତାଙ୍କ ତାଲିକା ପ୍ରକାଶ ପାଇଛି। ଏହି ତିନିଟି କଲେଜରେ ସଭାପତି ପଦବୀରେ ବିଜୟୀ ହୋଇଥିବା ପ୍ରାର୍ଥୀମାନେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ।
ମୁନିଗୁଡ଼ା ସ୍ନାତକ ମହାବିଦ୍ୟାଳୟରେ ଶୁକ୍ରୁ ପ୍ରାସ୍କା ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଚନ୍ଦ୍ରପୁର ସରକାରୀ ଡିଗ୍ରୀ କଲେଜରେ ଅରୁପ ବ୍ରେକବେଦା ସଭାପତି ହୋଇଛନ୍ତି। ସେହିପରି ବିଷମକଟକ ମା’ ମାର୍କମା +୩ ମହାବିଦ୍ୟାଳୟରେ ତନୁଶ୍ରୀ ହଲ୍ବା ସଭାପତି ଭାବେ ମନୋନୀତ ହୋଇଛନ୍ତି। ଏହି ତିନି କଲେଜରେ ଉପସଭାପତି, ସାଧାରଣ ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ ଅନ୍ୟାନ୍ୟ ପଦବୀ ପାଇଁ ମଧ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ନବନିର୍ବାଚିତ କର୍ମକର୍ତ୍ତାଙ୍କୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି।