ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ, ଲାଇଭ୍ ମନିଟରିଂ କରୁଛି ଉଚ୍ଚଶିକ୍ଷା ବିଭାଗ
ଶୃଙ୍ଖଳିତ ନିର୍ବାଚନ ପାଇଁ ପ୍ରତିଶ୍ରୁତିବଦ୍ଧ ଉଚ୍ଚଶିକ୍ଷା ବିଭାଗ
ଭୁବନେଶ୍ୱର, ୧୫/୧୦: ଆଜି ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ଛାତ୍ର ସଂସଦ ନିର୍ବାଚନ। ଛାତ୍ର ସଂସଦ ନିର୍ବାଚନକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରତିଶ୍ରୁତିବଦ୍ଧ।
ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷରୁ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଅରବିନ୍ଦ ଅଗ୍ରୱାଲଙ୍କ ପ୍ରତ୍ୟକ୍ଷ ଅଧ୍ୟକ୍ଷତାରେ ସାରା ରାଜ୍ୟର ସ୍ଥିତି ଉପରେ ନିରବଚ୍ଛିନ୍ନ ଭାବେ ଲାଇଭ୍ ମନିଟରିଙ୍ଗ ଜାରି ରହିଛି।