ରିଭଲକଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ନିମ୍ନ ମାନର ଚାଉଳ

ଭଲ ଚାଉଳ ଯୋଗାଇ ଦେବାକୁ ଦାବି

କଲ୍ୟାଣସିଂହପୁର, ୧୬/୧୦(ନରସିଂହ ନାଥ ମହାପାତ୍ର): ରାୟଗଡା ଜିଲ୍ଲା କୋଲନାରା ବ୍ଲକର ଗାଡ଼ିଶେଷଖାଲ ପଞ୍ଚାୟତ ଅନ୍ତର୍ଗତ ରିଭଲକଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ନିମ୍ନ ମାନର ଚାଉଳ ରୋଷେଇ କରୁଥିବା ଦେଖିବାକୁ ମିଳିଛି। ଉକ୍ତ ବିଦ୍ୟାଳୟରେ ୧୨୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ସେଥିରୁ ୯୦ ଜଣ ଛାତ୍ରଛାତ୍ରୀ ବନବାସୀ ସେବାଶ୍ରମରେ ରହି ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ କରୁଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ସେହି ମଧ୍ୟାହ୍ନ ଭୋଜନ ଚାଉଳ ପୋକରା ହୋଇ ରହିଛି। ସେହି ଚାଉଳକୁ ଜୟ ଶ୍ରୀ ରାମ ମହିଳା ଗ୍ରୁପର ମହିଳାମାନେ ରୋଷେୟା କରିବା ବେଳେ ବାଛି ରୋଷେଇ କରୁଛନ୍ତି। ଉକ୍ତ ଚାଉଳ ବହୁତ ଖରାପ ରହିଛି। ଏହିପରି ଚାଉଳ ଆସୁଥିବା ନେଇ ବିଦ୍ୟାଳୟ ଶିକ୍ଷକମାନେ ବି ଆରସିସିଙ୍କୁ ବାରମ୍ବାର ମୌଖିକ ଓ ଲିଖିତ ଅଭିଯୋଗ କରିବା ସତ୍ତ୍ୱେ ଏଥି ପ୍ରତି କୌଣସି ପଦକ୍ଷପ ନେଉନଥିବା ବିଦ୍ୟାଳୟ କର୍ତୃପକ୍ଷ କହିଛନ୍ତି। ଏ ବିଷୟରେ ବିଆର ସିସି (ଗୋଷ୍ଠୀ ସାଧନ ସଂଯୋଜକ) ସୁରିୟାଙ୍କୁ ପଚାରିବାରୁ ସେ କହିଲେ ମଧ୍ୟାହ୍ନ ଭୋଜନ ଚାଉଳ ଖରାପ ଆସୁଛି, ତାହା ଭଲ ଚାଉଳ ଯୋଗାଇ ଦିଆଯାଉ। ଏ ଖବର ପ୍ରଚାର ପ୍ରସାର ନ କରିବା ପାଇଁ କହିଛନ୍ତି।