୮୦ ବର୍ଷରେ ପଦାର୍ପଣ କଲେ ନବୀନ ପଟ୍ଟନାୟକ

ବାସଭବନରେ ଶୁଭେଚ୍ଛୁଙ୍କ ଭିଡ଼

ଭୁବନେଶ୍ୱର, ୧୬/୧୦: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଆଜି ୮୦ ବର୍ଷରେ ପହଞ୍ଚିଛନ୍ତି। ଏହି ଅବସରରେ ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ସକାଳୁ ନବୀନ ନିବାସରେ ଭିଡ଼ ଲାଗି ରହିଥିଲା।ବିଜୁ ଜନତା ଦଳର ଏମପି ଓ ବିଧାୟକଙ୍କ ସମେତ ବିଜୁ ଜନତାଦଳର ନେତା ଓ କର୍ମୀ ମାନଙ୍କ ସମେତ ବିଭିନ୍ନ ବର୍ଗର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ।

ସନ୍ଧ୍ୟାରେ ଛାତ୍ର ସଂସଦ ନିର୍ବାଚନ ଜିତିଥିବା ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନେ ନବୀନ ପଟ୍ଟନାୟକଙ୍କୁ ଭେଟି ଜନ୍ମ ଦିନର ଶୁଭେଛା ଜଣାଇଥିଲେ।

ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ପ୍ରକୃତ ଜେନ-ଜି ଭାବରେ ସମ୍ବୋଧିତ କରି ଭଲ କାମ ଜାରି ରଖିବାକୁ ଆଶୀର୍ବାଦ କରିଥିଲେ।