ବାତ୍ୟା ପାଇଁ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଶିକ୍ଷକମାନଙ୍କୁ ବିଦ୍ୟାଳୟ ଆସିବା ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୭/୧୦: ବାତ୍ୟା ଅର୍ଣ୍ଣବ ପାଇଁ ୭ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। ନବରଙ୍ଗପୁର ଓ ରାୟଗଡ଼ାରେ ୨୭ ଓ ୨୮ ତାରିଖ ଦୁଇ ଦିନ ଛୁଟି ରହିବ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର। କିନ୍ତୁ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ରହିବେ।

ସେହିପରି କୋରାପୁଟ ଓ ଗଂଜାମରେ ୩ ଦିନ ସ୍କୁଲ୍ ଛୁଟି ରହିବ। ୨୭ରୁ ୨୯ ତାରିଖ ଯାଏଁ ସ୍କୁଲ୍ ଓ ଅଙ୍ଗନବାଡି ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ପୁରୀ, ଜଗତସିଂହପୁର ଓ ନୟାଗଡ଼ ଜିଲ୍ଲାରେ ଆଜି ଓ ଆସନ୍ତା କାଲି ସ୍କୁଲ ଛୁଟି ରହିବ। ଶିଶୁବାଟିକାଠାରୁ ଦ୍ୱାଦଶ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ। ଶିକ୍ଷକମାନଙ୍କୁ ସ୍କୁଲ ଆସିବା ପାଇଁ ଜିଲ୍ଲା ନିର୍ଦ୍ଦେଶ ରହିଛି।

ତେବେ ବାତ୍ୟା ଅର୍ଣ୍ଣବ ପାଇଁ ଓଡ଼ିଶା ଉପରେ ଆସନ୍ତା କାଲି ଭୋର୍‌ରୁ ପ୍ରଭାବ ପଡ଼ିବ। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ନୟାଗଡ଼ା ଆଦି ଜିଲ୍ଲାରେ ଘଣ୍ଟା ପ୍ରତି ପବନର ବେଗ ୭୫ କିମିରୁ ୧୦୦ କିମି ହୋଇପାରେ।