ଭୁବନେଶ୍ୱର, ୩୧/୧୦: ପୁଣି ଆସୁଛି ବାତ୍ୟା। ଆଗାମୀ ୬ ଘଣ୍ଟାରେ ଅବପାତ ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ପୁଣି ବାତ୍ୟା ହେବାର ସମ୍ଭାବନା ରହିଛି।
ଆଣ୍ଡାମାନ ସାଗରରେ ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି।ଏହା ବାତ୍ୟାର ରୂପ ନେବା ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ନଭେମ୍ବର ୨ ତାରିଖ ସନ୍ଧ୍ୟା ବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବା ସମ୍ଭାବନା ରହିଛି। ବାତ୍ୟା ସୃଷ୍ଟି ହେଲେ ଏହାର ନାମ ‘ମୁରସୁ’ ରହିବ।