ପୁରୀଠାରେ ୧୫୦୦ କୋଟି ଟଙ୍କାର ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ଘୋଷଣା

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ

ଓଡ଼ିଶାରେ ସାମୁଦ୍ରିକ ପର୍ଯ୍ୟଟନ ଓ ଅର୍ଥନୀତିର ହେବ ବ୍ୟାପକ ସମ୍ପ୍ରସାରଣ: ଶ୍ରୀ ସୁଜିତ୍ ଦାସ

ଭୁବନେଶ୍ୱର, ୦୫/୧୧: ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ବିଶାଳ ସମୁଦ୍ର ତଟରେ ପରିର୍ପୂ ଓଡ଼ିଶା ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅପାର ସମ୍ଭାବନା ରହିଛି । ଓଡିଆ ସାଧବ ପୁଅର ଅତୀତରେ ଜାଭା, ସୁମାତ୍ରା, ର୍ବିଓ ଭଳି ବିଦେଶରେ ବ୍ୟବସାୟର ସ୍ୱର୍ିମ ଅଧ୍ୟାୟ ଓ ଗାରୀମାକୁ ଉଜ୍ଜିବୀତ କରି ରାଜ୍ୟରେ ବିଜେପିର ଡବଲ୍ ଇଞ୍ଜିନ୍ ସରକାର ଗଠନ ହେବା ପରେ ପର୍ଯ୍ୟଟନ ଭିତିଭୂମିର ଉନ୍ନତିକରଣ, ଆଧୁନିକୀକରଣ ଏବଂ ସମ୍ପ୍ରସାରଣକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି । ଏହି କ୍ରମରେ ପୁରୀକୁ ଏକ ପ୍ରକୃତ ଅନ୍ତର୍ଜାତୀୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଣତ କରିବା ପାଇଁ ସଡ଼କ ପଥ, ରେଳପଥ, ଆକାଶ ପଥ, ଜଳପଥ ଏବଂ ହୋଟେଲ ଶିଳ୍ପର ବିକାଶ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି । ଏକ ଐତିହାସିକ ନିଷ୍ପତିକ୍ରମେ ରାଜ୍ୟ ସରକାର ଏବଂ ପାରାଦୀପ ବନ୍ଦର କର୍ତୃପକ୍ଷଙ୍କ ମିଳିତ ସହଯୋଗରେ ୧୫୦୦ କୋଟି ଟଙ୍କା ନିବେଶରେ ପୁରୀଠାରେ ଏକ ଅତ୍ୟାଧୁନିକ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ନିର୍ମାଣ କରାଯିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ସରକାରଙ୍କୁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ୍ ଦାସ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ଏହି ପ୍ରକଳ୍ପର ମହତ୍ୱ ଓ ପ୍ରଭାବ ସଂପର୍କରେ ସୂଚନା ଦେଇ ଶ୍ରୀ ଦାସ କହିଛନ୍ତି ଯେ, ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା ହେବା ଦ୍ୱାରା ବିଶ୍ୱର କୋଣ ଅନୁକୋଣରୁ ବଡ଼ ବଡ଼ କ୍ରୁଜ୍ ଜାହାଜଗୁଡ଼ିକ ସିଧାସଳଖ ପୁରୀରେ ପହଂଚିପାରିବେ, ଯାହାକି ବିଦେଶୀ ପର୍ଯ୍ୟଟକ ଓ ଦେଶର ପର୍ଯ୍ୟଟନ ପ୍ରେମୀମାନଙ୍କ ସଂଖ୍ୟାକୁ ବହୁଗୁଣିତ କରିବ । ପର୍ଯ୍ୟଟନ କ୍ଷେତ୍ରର ଏହି ବିଶାଳ ବିକାଶ ଯୋଗୁଁ ହୋଟେଲ, ପରିବହନ, ହସ୍ତଶିଳ୍ପ ଏବଂ ସ୍ଥାନୀୟ ବ୍ୟବସାୟରେ ହଜାର ହଜାର ଯୁବକଯୁବତୀଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର ଅର୍ଥନୀତି ଅଧିକ ସୁଦୃଢ଼ ହେବ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀକୁ ଆଧୁନିକ ସାମୁଦ୍ରିକ ପର୍ଯ୍ୟଟନର ଏକ ପ୍ରମୁଖ କେନ୍ଦ୍ର ଭାବେ ବିଶ୍ୱ ଦରବାରରେ ସ୍ଥାନ ଦେବାରେ ଏହା ଏକ ମାଇଲଖୁଂଟ ସାବ୍ୟସ୍ତ ହେବ ବୋଲି ଶ୍ରୀ ଦାସ କହିଛନ୍ତି ।

ଓଡ଼ିଶାର ଗୌରବ ଓ ସମୃଦ୍ଧି ପାଇଁ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଯେପରି ଭାବେ ନିରନ୍ତର ପଦକ୍ଷେପ ଗ୍ରହଣ କରୁଛନ୍ତି, ତାହା “ବିକଶିତ ଭାରତ-୨୦୪୭” ଓ ”ସମୃଦ୍ଧ ଓଡ଼ିଶା-୨୦୩୬” ଗଠନର ସଂକଳ୍ପକୁ ସାକାର କରିବ ବୋଲି ଶ୍ରୀ ଦାସ କହିଛନ୍ତି ।