ଭୁବନେଶ୍ୱର, ୦୭/୧୧: ଗଞ୍ଜାମରେ ନବୀନ। ବାତ୍ୟା ଅର୍ଣ୍ଣବ ପରେ ହୋଇଥିବା ବନ୍ୟାରେ ପୀଡ଼ିତ କ୍ଷତିଗ୍ରସ୍ତଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବନ୍ୟାରେ ହୋଇଥିବା କ୍ଷୟକ୍ଷତି ନେଇ ଆଲୋଚନା କଲେ। ବନ୍ୟାରେ ସର୍ବସ୍ୱ ହରାଇଥିବା ଚାଷୀମାନେ ନବୀନଙ୍କ ଆଗରେ ସେମାନଙ୍କ ଦୁଃଖ ଜଣାଇଛନ୍ତି।
ବନ୍ୟା କ୍ଷୟକ୍ଷତି ନେଇ ଚିନ୍ତା ପ୍ରକଟ କରିଛନ୍ତି ବିରୋଧୀ ଦଳ ନେତା। କ୍ଷୟକ୍ଷତି ତୁଳନାରେ ସରକାରୀ ସହାୟତା ନଗଣ୍ୟ ବୋଲି ନବୀନ କହିବା ସହ ସରକାର ପ୍ରୋ-ଆକ୍ଟିଭ୍ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି।