ଧନ୍ଵନ୍ତରୀ ଦେବଙ୍କ ଜୟନ୍ତୀ ଦିବସ ପାଳିତ

ଗଙ୍ଗା ଆବାହନ ଓ ହୋମଯଜ୍ଞ ଅନୁଷ୍ଠିତ

ମୁନିଗୁଡା, ୦୭/୧୧(ରାଜୀବ ଲୋଚନ ଦାସ): ମୁନିଗୁଡାର ସ୍ଥାନୀୟ ବଂଶଧାରା ଔଷଧାଳୟ ପରିସର ଚରକ ଆୟୁର୍ବେଦ ବୈଦ୍ୟ ସଙ୍ଘ ତରଫରୁ ଶ୍ରୀ ଧନ୍ଵନ୍ତରୀ ଦେବଙ୍କ ଜୟନ୍ତୀ ଉତ୍ସବ ଦିବସ ପାଳିତ ହୋଇଯାଇଛି l ପ୍ରଥମେ ଗଙ୍ଗା ଆବାହନ, ଧ୍ୱଜା ଉତ୍ତଳନ ସହ ହୋମଯଜ୍ଞ ଅନୁଷ୍ଠିତ ପରେ ସଙ୍ଘର ସଭାପତି ଚତୁର୍ଭୁଜ ଧଙ୍ଗଡାମାଝୀ ଓ ସମ୍ପାଦକ ପ୍ରମୋଦ କୁମାର ସାହୁକାରଙ୍କ ମିଳିତ ସଂଯୋଜନାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଅତିଥିଭାବେ ବିଧାୟକ ନୀଳମାଧଵ ହିକକା,ରେଞ୍ଜର ପ୍ରବୀଣ ଦାସ,ରାୟଗଡ଼ା ଜିଲ୍ଲା ନିଖିଳ ଉତ୍କଳ ବୈଦ୍ୟ ସମ୍ମିଳନୀର ସଭାପତି କବିରାଜ ରାମକୃଷ୍ଣ ଚୌଧୁରୀ, କନ୍ଧମାଳର ବିଶିଷ୍ଟ କବିରାଜ ବିଷ୍ଣୁପ୍ରିୟା କହଁର,କଳାହାଣ୍ଡି ଜିଲ୍ଲାର କବିରାଜ ଉଦ୍ଧବ ସାହୁ, ପଦ୍ମଶ୍ରୀ ପଟ୍ଟାୟତ ସାହୁ,ରାମଚନ୍ଦ୍ର ବେହେରା, ଜନକାନନ୍ଦ ଗିରି ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଆୟୁର୍ବେଦ ଚିକିତ୍ସାର ପ୍ରାଚୀନ ପରମ୍ପରାକୁ ସୁରକ୍ଷିତ ରଖିବା ସହ ଲୋକଙ୍କ ନିକଟରେ ଏହାର ଉପକାରିତା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରାୟଗଡ଼ା ଜିଲ୍ଲା ନିଖିଳ ଉତ୍କଳ ବୈଦ୍ୟ ସମ୍ମିଳନୀର ସଭାପତି କବିରାଜ ରାମକୃଷ୍ଣ ଚୌଧୁରୀ, କନ୍ଧମାଳର ବିଶିଷ୍ଟ କବିରାଜ ବିଷ୍ଣୁପ୍ରିୟା କହଁର ଏବଂ କଳାହାଣ୍ଡି ଜିଲ୍ଲାର କବିରାଜ ଉଦ୍ଧବ ସାହୁଙ୍କ ସମେତ ତିନୋଟି ଜିଲ୍ଲାର ବରିଷ୍ଠ ଆୟୁର୍ବେଦିକ କବିରାଜ ଓ ଅନ୍ୟ କବିରାଜ ଓ ମନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ସେମାନଙ୍କର ଦୀର୍ଘଦିନର ସେବା ଓ ଅବଦାନ ପାଇଁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ଚରକ ଆୟୁର୍ବେଦ ସଙ୍ଘର କୋଷାଧକ୍ଷ କବିରାଜ ବିରାଜ ପାତ୍ର,ପୁରସ୍ତମ ମାର୍ଥା, ଗୌରାଙ୍ଗ ଚରଣ ରାଉତ, ପ୍ରଦୀପ ସାହୁ, ମନ୍ମଥ ମାର୍ଥା,ଲିଙ୍ଗରାଜ ମାର୍ଥା, ବିଘ୍ନଶ୍ୱର ପାତ୍ର ପ୍ରମୁଖଙ୍କ ସମେତ ମୁନିଗୁଡା ଅଞ୍ଚଳ ଏବଂ ପଡୋଶୀ କଳାହାଣ୍ଡି ଓ କନ୍ଧମାଳ ଜିଲାରୁ ବହୁ ସଂଖ୍ୟାରେ ବୈଦ୍ୟ ମାନେ ସମାବେଶରେ ଉପସ୍ଥିତ ରହିଥିଲେ।