ମୁନିଗୁଡାରେ ଶ୍ରୀରାମ ଭାଗବତ କଥା ଆରମ୍ଭ

ରାଧା ଦାମୋଦର ଭାଗବତ ପ୍ରଚାର କମିଟିର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ମୁନିଗୁଡା, ୦୯/୧୧ (ରାଜୀବ ଲୋଚନ ଦାସ): ରାୟଗଡା ଜିଲ୍ଲା ମୁନିଗୁଡା ପାଇକ ସାହି ସ୍ଥିତ ପୁରୁଷୋତ୍ତମ ଭାଗବତ ଟୁଙ୍ଗି ପରିସରରେ ରାଧା ଦାମଦର ଭାଗବତ ପ୍ରଚାର କମିଟି ଆନୁକୂଲ୍ୟରେ ପଞ୍ଚମ ବାର୍ଷିକ ଉତ୍ସବ ପାଳନ ଅବସରରେ ପବିତ୍ର ଶ୍ରୀରାମ କଥା ପ୍ରବଚନ ଆଜି ଠାରୁ ଆରମ୍ଭ ହୋଇଅଛି। ପ୍ରତ୍ୟେକ ଦିନ ସନ୍ଧ୍ୟା ଛଅଟାରୁ ରାତି ନଅଟା ତିରିଶି ପର୍ଯ୍ୟନ୍ତ ପ୍ରବକ୍ତା ପରମ ପୁଜ୍ୟ ମଦନ ଗୋପାଳ ଦାସ ମହାପାତ୍ର ରାଧାକୁଣ୍ଡ ବୃନ୍ଦାବନରୁ ଆସି ଏହି ପ୍ରବଚନ ଦେଉଛନ୍ତି। ପ୍ରତି ଦିନ ହରିନାମ ସଂକୀର୍ତ୍ତନ, ଭଜନ, ହୋମ, ଭାଗବତପାଠ,ସାଧୁ ସନ୍ଥ ଓ ଅତିତି ଙ୍କ ଆଧ୍ୟାତ୍ମିକ ଭାବବିନିମୟ ଚାଲୁ ରହିବ ବୋଲି କମିଟି ସୂତ୍ରରୁ ଜଣାପଡିଛି। ଏହି କାର୍ଯ୍ୟକ୍ରମ ଅଠର ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି କମିଟିର ଜାମି ମହେଶ ସୂଚନା ଦେଇଛନ୍ତି।