ସମ୍ବଲପୁର ମହୋତ୍ସବ ୨୦୨୬: ୟୁଟିଲିଟି ହଲ୍ରେ ଭବ୍ୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
୧୦୦୦ରୁ ଅଧିକ ପ୍ରତିଯୋଗୀଙ୍କ ଅଂଶଗ୍ରହଣ
ସମ୍ବଲପୁର, ୦୯/୧୧: ସମ୍ବଲପୁର ମହୋତ୍ସବ-୨୦୨୬ ଅବସରରେ ସ୍ଥାନୀୟ ୟୁଟିଲିଟି ହଲ୍ରେ ଏକ ଭବ୍ୟ ଚିତ୍ରାଙ୍କନ ଓ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୩ ବର୍ଷରୁ ୪୦ ବର୍ଷ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ସ୍କୁଲ ଓ କଲେଜରୁ ୧୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
‘ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି ଓ ପରମ୍ପରା ଏବଂ ସମ୍ବଲପୁରୀ ଶାଢ଼ୀ ପରମ୍ପରା’ ଭଳି ବିଷୟବସ୍ତୁ ଉପରେ ପ୍ରତିଯୋଗୀମାନେ ନିଜ ତୂଳୀରେ ସୃଜନଶୀଳତା ପ୍ରଦର୍ଶନ କରିଥିଲେ। ଆୟୋଜକମାନେ ପ୍ରତିଯୋଗୀଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିଥିଲେ।
ଏହି କାର୍ଯ୍ୟକ୍ରମକୁ କଳାଗୁରୁ ସନ୍ତୋଷ ପଟ୍ଟନାୟକ, ଦେବାଶିଷ ପ୍ରଧାନ, ଦେବେନ୍ଦ୍ର ସାହୁ, ସଞ୍ଜୟ ସାହୁ, ନମିତା ବରପଣ୍ଡା, ଏଲ୍.ଏନ୍. ପୂଜାରୀ ଓ କୂଲ୍ଦୀପ୍ ବର୍ମା ପ୍ରମୁଖ ସଂଯୋଜନା କରିଥିଲେ। ଏଥିସହ ଆୟୋଜକ କମିଟିର ଶ୍ରୀ ରତ୍ନ ଭୂଷଣ ପୁର୍ଷେତ୍, ଡା. ପ୍ରସାଦ ନନ୍ଦ, ପଙ୍କଜିନୀ ନାୟକ, ଡା. ପ୍ରଦୀପ ସେଠ, ଡା. ସପନ ମିଶ୍ର, ଗୁରୁ ଦୁର୍ଗା ପ୍ରସାଦ ଦାସ ଓ ଡା. ବିନୋଦ ବିହାରୀ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା ଓ ତତ୍ତ୍ଵାବଧାନ କରିଥିଲେ। ଏହି ପ୍ରତିଯୋଗିତା ମହୋତ୍ସବକୁ ଏକ ରଙ୍ଗୀନ କଳାତ୍ମକ ସ୍ପର୍ଶ ପ୍ରଦାନ କରିଥିଲା।