କଲ୍ୟାଣସିଂହପୁରରେ ଦିଆଲି ପର୍ବ ଧୂମଧାମରେ ପାଳିତ

୧୧ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ

କଲ୍ୟାଣସିଂହପୁର, ୧୦/୧୧(ନିପ୍ର): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଦିଆଲି ପର୍ବ ବେଶ ଧୂମଧାମରେ ପାଳିତ ହୋଇଯାଇଛି। ଏହା ଦୀପାବଳୀର ପୂର୍ବ ଦିନ ଅର୍ଥାତ ୭ ତାରିଖରୁ ଆରମ୍ଭ କରି ୧୧ତାରିଖ ପର୍ଯ୍ୟନ୍ତ ପାଞ୍ଚ ଦିନ ଧରି ଚାଲୁ ରହିବ। ଏଥିପାଇଁ ପ୍ରଥମ ଦିନ ଗ୍ରାମର ମହିଳା ମାନେ ଉପବାସ ରହି ରାତ୍ର ସମୟରେ ରିତିନୀତି ଅନୁଯାୟୀ ଶୁକ୍ଳ ଭୋଗ ଦେଇ ପିତୃପୁଜନ କରିଥିବା ବେଳେ ଦ୍ୱିତୀୟ ଦିନରେ ମହିଳା ଓ ପୁରୁଷ ଉଭୟ ଉପବାସ ରହି ରାତ୍ର ସମୟରେ ଆମିଷ ଭୋଗ ସହ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରି, ବାଣ ଫୁଟାଇ, ସ୍ବର୍ଗପ୍ରାପ୍ତି ଲୋକଙ୍କୁ ଭୋଗ ପ୍ରଦାନ କରି ଗାଁ ଲୋକ ମିଳିତ ହୋଇ ଶ୍ରଦ୍ଧା ମନୋଭାବରେ ଭୋଜନ କରିଥାନ୍ତି। ତୃତୀୟ ଦିନ ସକାଳ ରାତ୍ର ସମୟର ବଳକା ଭୋଗକୁ ଛୋଟ ଛୁଆ ମାନେ ଏକ ଜଙ୍ଗଲକୁ ନେଇ ସେହିଠାରେ ଆହାର କରିଥିଲେ। ଏବଂ ସେ  ସ୍ଥାନରୁ ଦାନ୍ତ କାଠି ଓ ଅଳସି ଫୁଲ ଧରି ଆସିବା ପରେ ଗାଁରେ ବାଲିଫୁଲ ରଖି ଗ୍ରାମଦେବୀଙ୍କୁ ଆହ୍ୱାନ ବା ସ୍ମରଣ କରି ପାରମ୍ପାରିକ ବାଜା ସହ ସ୍ନାନ ସାରି ନୂତନ ବସ୍ତ୍ର ପରିଧାନ କରି ଘରର ମୁରବିଙ୍କୁ ଭୂମିଷ୍ଟ ପ୍ରଣାମ କରି ଆନନ୍ଦ ଉଲ୍ଲାସରେ ଦିଆଲି ପର୍ବ ପାଳନ କରିଥାନ୍ତି। ଉକ୍ତ ବ୍ଲକରେ ଥିବା ସମସ୍ତ ଅନୁସୂଚିତ ଜାତି  ବା ଡ଼ମ୍ବ ସମ୍ପ୍ରଦାୟର ଲୋକ ମାନେ ହିଁ ପାଳନ କରିଥାନ୍ତି। ଦୀପାବଳି ଅବସରରେ ଅନ୍ୟ ସମ୍ପ୍ରଦାୟର ଲୋକମାନେ ଘର ମାନଙ୍କରେ ରଙ୍ଗ ବେରଙ୍ଗ ର ଆଲୋକ ସଜାଇବା ପରେ ଦୀପାଳି ଲଗାଇ ଘରକୁ ଆଲୋକିତ କରିଥାନ୍ତି। ଏହାପରେ ସନ୍ଧ୍ୟାରେ କିଏ କାଉଁରୀ କାଠି ତ କିଏ ଆଖୁ କାଠି ସାହାଯ୍ୟରେ  ଡାଙ୍ଗ ଦେଖାଇ  ଅନ୍ଧାରରେ ଆସି ଉଜ୍ଜଳ ରେ ଯାଓ, ପିତୃ ଲୋକ ସନ୍ତୋଷ ହୁଅ ବୋଲି କହି  ଧୂମଧାମରେ ଦୀପାବଳି ପାଳନ କରିଥାନ୍ତି ବୋଲି

ନାଇକ- ଲେଲି କନ୍ଧପାଣି,ଘାରି ନାଇକ- କାଶପତି ପାଲାକା,ଧାଙ୍ଗଡ଼ାମାଝୀ- ବୁଡୁ ବେନିଆ, ଜାଗିଲି କନ୍ଧପାଣି, ଚାମରା କନ୍ଧପାଣି, ବଳରାମ କୌଶଲ୍ୟା, ଅରକ୍ଷିତ କୌଶଲ୍ୟା, କାମେଶ୍ୱର କରକରିଆ, ଲଇଛନ ମହାନନ୍ଦିଆ, ଅଭି ବିଡ଼ିକା,

ଏ ଅବସରରେ ମା କାଳୀ ଙ୍କ ପୀଠରେ ରଙ୍ଗ ବେରଙ୍ଗର ଆଲୋକ, ତୋରଣ କରି ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରିଥିଲେ।