ବିଲଡରଙ୍କ ଦାଦାଗିରି: କ୍ୟାମ୍ପସରେ ପଶି ହାଇଟେକ୍ କର୍ମଚାରୀଙ୍କୁ ଧମକଚମକ

ପରିସ୍ଥିତି ଉଦବେକଜନକ

ଭୁବନେଶ୍ବର, ୧୨/୧୧: ହାଇଟେକ୍ କ୍ୟାମ୍ପସ ଭିତରେ ପଶି ଜମି ମାଫିଆ ତଥା ବିଲଡର ଜୟ ବାତ୍ରା ଓ ସ୍ବସ୍ତି ଇନଫ୍ରାକନ୍ ର ବିଲଡର ସ୍ବଦେଶ ରାଉତରାୟଙ୍କ ଆତଙ୍କରାଜ। କିଛିବ ର୍ଷ ତଳେ ଏକ ଜମି ଦେବାକୁ କହି, ଜୟ ବାତ୍ରା ଓ ତାଙ୍କ ବାପା ସ୍ବର୍ଗତ ଋଷିଦେବ ବାତ୍ରା ୫ କୋଟି ଟଙ୍କା ଅଗ୍ରୀମ ନେଇ ଏଗ୍ରୀମେଣ୍ଟ କରି ଜମି ଭୋଗଦଖଲକୁ ଦେଇଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ବେ ଜମି ରେଜିଷ୍ଟ୍ରେସନ କରିନଥିଲେ, ଏହାପରେ ହାଇଟେକ୍ କର୍ତ୍ତୃପକ୍ଷ ୪ଟି ସିଭିଲ ସୁଟ୍ କରିବା ସହ ଜୟ ବାତ୍ରା ଓ ତାଙ୍କ ବାପାଙ୍କ ନିକଟକୁ ନୋଟିସ୍ ପଠାଇଥିଲେ, ତଥାପି ଜମି ରେଜିଷ୍ଟ୍ରେସନ କରିନଥିଲେ ଜୟ ବାତ୍ରା। ପରେ କିଛି ଜମି ମାଫିଆଙ୍କ ପ୍ରରୋଚନାରେ ପଡି ଷଡଯନ୍ତ୍ର କରି ଦଖଲଭୋଗ ଜମିକୁ ପୁଣି ସ୍ବସ୍ଥି ଇନଫ୍ରାକନ୍ ର ବିଲଡରଙ୍କୁ ଠକି ଟଙ୍କା ନେଇଯାଇଥିଲେ। ଗତ ୪ ମାସ ହେଲା ଭୋଗ ଦଖଲରେ ଥିବା ଜମିକୁ ଅକ୍ତିଆର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ, କ୍ୟାମ୍ପସ ଭିତରେ ପଶି ଗଣ୍ଡଗୋଳ ସୃଷ୍ଟି କରିଥିଲେ। କ୍ୟାମ୍ପସ ଭିତରେ ଥିବା ଷ୍ଟାଫ୍ ପାର୍କି ନିକଟରେ କିଛି ଗୁଣ୍ଡାଶ୍ରେଣୀର ଲୋକଙ୍କୁ ଧରି କର୍ମଚାରୀଙ୍କୁ ଭୟଭୀତ କରିବା ସହ ଧମକ ଚମକ ଦେଇଥିଲେ। ଘଟଣା ସଂପର୍କରେ ହାଇଟେକ୍ ପ୍ରଶାସନିକ ନିର୍ଦ୍ଦେଶକ ପ୍ରଫେସର ଡାକ୍ତର ସୀତାରାମ ମହାପାତ୍ର ପହଞ୍ଚିବାରୁ ତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ବିଲଡର ଓ ତାଙ୍କ ଗୁଣ୍ଡା ମାନେ। ପରେ ମେଡିକାଲ ଅଧିକ୍ଷକ ଓଏ ସଂପର୍କରେ ସ୍ଥାନୀୟ ଥାନାରେ ୪ଟି ମାମଲା ଦାୟର କରିଛନ୍ତି। କ୍ୟାମ୍ପସ ମଧ୍ୟରେ ଅନଧିକାର ଭାବରେ ପଶି ବିଲଡର ଜୟ ବାତ୍ରା ଏବଂ ବିଲଡର ସ୍ବଦେଶ କୁମାର ରାଉତରାୟ କିଛି ଜମି ମାଫିଆ ଓ ଗୁଣ୍ଡାଶ୍ରେଣୀର ଲୋକଙ୍କୁ ଧରି ହାଇଟେକ୍ କ୍ୟାମ୍ପସରେ ଆତଙ୍କରାଜ ସୃଷ୍ଟି କରିଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ ନକଲେ, ହାଇଟେକ୍ କର୍ମଚାରୀ ସଂଘ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି। କ୍ୟାମ୍ପସରେ ଗୁଣ୍ଡାଗିରି ଓ ଅରାଜକତାକୁ ସ୍ଥାନୀୟ ବାସିନ୍ଦା ଓ କର୍ମଚାରୀ ମହାସଂଘ ନିନ୍ଦା କରିଛି।