ୟୁନିୟନ୍ ବ୍ୟାଙ୍କର ୧୦୮ତମ ପ୍ରତିଷ୍ଠା ଦିବସ ପାଳିତ
ଦୀର୍ଘ ବର୍ଷ ଧରି ଗ୍ରାହକଙ୍କୁ ନିଷ୍ଠାପର ଏବଂ ଉତ୍କୃଷ୍ଟ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଆସୁଛି ୟୁନିୟନ୍ ବ୍ୟାଙ୍କ
ବରଗଡ଼, ୧୩/୧୧: ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ଏହାର ୧୦୮ତମ ପ୍ରତିଷ୍ଠା ଦିବସ ଅତ୍ୟନ୍ତ ଉତ୍ସାହ ଏବଂ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାଙ୍କ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସମାଜସେବୀ ଦେବାନନ୍ଦ ବାବୁ ଯୋଗଦେଇ ବ୍ୟାଙ୍କର ଏହି ଗୌରବମୟ ୧୦୮ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର କେକ୍ କାଟିଥିଲେ। ଏହି ଉତ୍ସବରେ ବ୍ୟାଙ୍କର ଶାଖା ପରିଚାଳକଙ୍କ ସମେତ ସମସ୍ତ କର୍ମଚାରୀ, ଗ୍ରାହକ ଏବଂ ବହୁାମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହି ପରସ୍ପରକୁ ଶୁଭେଚ୍ଛା ଜଣାଇଥିଲେ।
ଦୀର୍ଘ ବର୍ଷ ଧରି ଗ୍ରାହକ ମାନଙ୍କୁ ନିଷ୍ଠାପର ଏବଂ ଉତ୍କୃଷ୍ଟ ବ୍ୟାଙ୍କିଙ୍ଗ୍ ସେବା ଯୋଗାଇ ଆସୁଥିବା ୟୁନିୟନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଗାମୀ ଦିନରେ ଆହୁରି ଅଧିକ ସଫଳତା ଏବଂ ନୂତନ ମାଇଲଖୁଣ୍ଟ ଅର୍ଜନ କରୁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।