ବିକାଶ ଦିପ୍ତି ଅନୁଷ୍ଠାନରେ ଜିଲ୍ଲା ସ୍ତରୀୟ ଶିଶୁ ଦିବସ ପାଳନ

୨୫୦ ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ଶିଶୁମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, ୧୪/୧୧: ସ୍ଵେଚ୍ଛାସେବୀ ସଂଗଠନ ବିକାଶ ଦୀପ୍ତି,ବରଗଡ଼ ଆନୁକୂଲ୍ୟରେ ବରପାଲି, ବିଜେପୁର, ଭେଡେନ, ଅତାବିରା ଓ ବରଗଡ଼ ବ୍ଲକର ୨୫୦ ରୁ ଉର୍ଦ୍ଧ୍ୱ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ନେଇ ବିକାଶ ଦୀପ୍ତି,ତୋରା ଠାରେ ଶିଶୁ ଦିବସ ପାଳନ କରାଯାଇଅଛି। ଉକ୍ତ ଦିବସରେ ସମାଜସେବୀ ଶ୍ରୀ ନରେନ୍ଦ୍ର କୁମାର ହୋତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶିଶୁ ମାନଙ୍କ ଉନ୍ନତି,ପାଠପଢ଼ା ଓ ଅନ୍ତର୍ନିହିତ ଗୁଣାବଳୀର ବିଶେଷ ରୂପରେ ବୁଝାଇଥିଲେ। ସମ୍ମାନିତ ଅତିଥି ଶ୍ରୀ ଜିତେନ୍ଦ୍ର କୁମାର ସାହୁ ଅବସରପ୍ରାପ୍ତ ଏ.ବି.ଓ ବରଗଡ଼ ଓ ଶ୍ରୀ ଭକ୍ତବନ୍ଧୁ ପଧାନ ଏଚ୍.ଓ.ଡି ଇନ୍ ଇକୋନୋମିକ୍ସ ବରପାଲି କଲେଜ ଓ ଫାଦର୍ ଯୋଗ ଦେଇ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ। ବିକାଶ ଦୀପ୍ତିର ସଭାପତି ଶ୍ରୀ ଜେଫ୍ରିନୀୟସ୍ ସୋରେଞ୍ଜ ଓ ଫାଦର୍ ବିଶି ଥୋମାସ୍ ବିକାଶ ଦୀପ୍ତିର କାର୍ଯ୍ୟ ଓ ଶିଶୁ ମାନଙ୍କ ବିକାଶ ଉପରେ ବୁଝାଇଥିଲେ। ୩୦ ଜଣ ଛାତ୍ରଛାତ୍ରୀ ନାଚ,ଗୀତ ଓ ଖେଳରେ ଉପକୃତ ହୋଇଥିବାରୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରୀ ଅନ୍ତର୍ଯ୍ୟାମୀ ସାହୁ ସଂଯୋଜକ ଓ ଅମୂଲ୍ୟ ମୁନା,ଖାମୁସ କିଶୋର ଖାଲଖୋ ଓ ସି.ବି. ଶର୍ମା ମିଶି ମଞ୍ଚ ପରିଚାଳନା କରିଥିଲେ। ଶେଷରେ ଅମୂଲ୍ୟ ମୁନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।