ତିନୋଟି ରାସ୍ତାର ଶୁଭ ଦେଲେ ବିଧାୟକ

ସାଂସଦଙ୍କୁ ବିରାଟ ପଟୁଆରରେ ଭବ୍ୟ ସ୍ଵାଗତ

ପାତ୍ରପୁର, ୧୪/୧୧ (ସୁରେଶ କୁମାର ପଟ୍ଟନାୟକ): ଶନିବାର ଅପରାହ୍ନରେ ପାତ୍ରପୁର ବ୍ଲକର ତିନୋଟି ରାସ୍ତା କାମର ଶୁଭ ଦେଇଛନ୍ତି ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା । ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଟେଣ୍ଡର ହୋଇସାରିଥିବା ପୂର୍ତ୍ତବିଭାଗ ରାସ୍ତା ଠାରୁ ପାତ୍ରପୁର-ମୁକୁନ୍ଦପୁର ପର୍ଯ୍ୟନ୍ତ ୫, ୩୯, ୨୭୮୯୩ ଟଙ୍କା ବ୍ୟୟରେ ହେବାକୁ ଥିବା ରାସ୍ତା, ପାତ୍ରପୁର ଜରଡ଼ା ପୂର୍ତ୍ତବିଭାଗ ରାସ୍ତା ଠାରୁ ବାଲିପଦର,ଦେଶାରୀ ଓ ତିନିଘରିଆ ଦେଇ ଭୈରପୁର ପର୍ଯ୍ୟନ୍ତ ୮,୨୭,୨୩୦୪୫ ବ୍ୟୟରେ ହେବାକୁ ଥିବା ରାସ୍ତା ଏବଂ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ତାଳପଡା ଦେଇ ଏସ.ଭେଜିପଦର ପର୍ଯ୍ୟନ୍ତ ୪,୯୪,୮୮୦୮୨ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାସ୍ତା କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା । ଶତାଧିକ ଦଳୀୟ କର୍ମୀମାନଙ୍କ ପ୍ରବଳ ଉତ୍ସାହ ସହିତ ବିଧାୟକଙ୍କ ସହିତ ତାଙ୍କ ଧର୍ମପତ୍ନୀ ତଥା ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାଙ୍କୁ ବିରାଟ ପଟୁଆର ମଧ୍ୟରେ ଭବ୍ୟ ସ୍ୱାଗତ କରିଥିଲେ । ରାସ୍ତା କାର୍ଯ୍ୟର ଶୁଭ ଦେବା ଅବସରରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଏସ୍ଡ଼ିଓ ସମ୍ବିତ ଜେନା,କନିଷ୍ଠ ଯନ୍ତ୍ରୀ ପୀତବାସ ନାୟକ,ଠିକାଦାର ସୁବ୍ରତ ପାତ୍ର,ଚିତ୍ତରଞ୍ଜନ ପ୍ରଧାନ, ପ୍ରମୁଖଙ୍କ ସହିତ ବହୁ ଦଳୀୟ କର୍ମୀ ଓ ବିଭିନ୍ନ ପଂଚାୟତର ଲୋକ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।