ମୁନିଗୁଡାର କ୍ରୀଡା ଶିକ୍ଷକ ମନୋଜ କୁମାର ପାଢ଼ି ହେଲେ ଓଷ୍ଟାର ରାଜ୍ୟ ଉପ ସଭାପତି

ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ

ମୁନିଗୁଡା, ୧୭/୧୧ (ରାଜୀବ ଲୋଚନ ଦାସ): ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ କୁମୁଡାବାଲିସ୍ଥିତ ହାଇସ୍କୁଲର କ୍ରୀଡା ଶିକ୍ଷକ ମନୋଜ କୁମାର ପାଢ଼ୀଙ୍କୁ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ରାଜ୍ୟ ଉପ ସଭାପତି ଭାବେ ଚୟନ କରାଯାଇଥିବା ଜଣାପଡିଛି। ଏନେଇ ଗତ ତିନିଦିନ ଧରି ଢେଙ୍କାନାଳ ସ‌ହର ମହିଷାପାଟସ୍ଥିତ ଇଡ୍‌କୋ ଟାୱାର ପରିସରରେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ୩୪ତମ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଶେଷ ଦିନ ଅର୍ଥାତ ସୋମ‌ବାର ଦିନ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଥିଲା। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶିକ୍ଷକ ପ୍ରତିନିଧି ମାନେ ଏଥିରେ ଯୋଗଦେଇ ସଂଘର ସାମ୍ୱିଧାନିକ ପ୍ରକ୍ରିୟାକୁ ସ୍ପଷ୍ଟ କରିବା ସହିତ ନିର୍ବାଚନକୁ ସ୍ୱଚ୍ଛ ଓ ବନ୍ଧୁତ୍ବପୂର୍ଣ୍ଣ ଭାବାବେଗ ମଧ୍ୟରେ ମତଦାନ କରିଥିଲେ।

ଚଳିତ ବର୍ଷ ଏହି ସାଂଗଠନିକ ନିର୍ବାଚନରେ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ କୁମୁଡାବାଲି ହାଇସ୍କୁଲର କ୍ରୀଡା ଶିକ୍ଷକ ମନୋଜ କୁମାର ପାଢ଼ୀ ରାଜ୍ୟ ଉପ ସଭାପତି ପଦ ନିମନ୍ତେ ପ୍ରତିଦ୍ବନ୍ଦିତା କରି ବିଜୟୀ ହୋଇଥିଲେ। ଏ‌ହା ପୁର୍ବରୁ ସେ ରାଜ୍ୟର ସହ ସମ୍ପାଦକ ଭାବେ କାର୍ଯ୍ୟ କରି ଆସୁଥିଲେ।

ଏହି ପଦବୀ ପାଇବା ପରେ ତାଙ୍କୁ ମୁନିଗୁଡା ପ୍ରେସ କ୍ଳବର ସଭାପତି ରାଜୀବ ଲୋଚନ ଦାସ, ସମ୍ପାଦକ ନନ୍ଦ କିଶୋର ପଟ୍ଟନାୟକ,ବରିଷ୍ଠ ସାମ୍ବାଦିକ ସିମାଞ୍ଚଳ ପଣ୍ଡା,ମହାବିଦ୍ୟାଳୟର କ୍ରୀଡା ଅଧ୍ୟାପକ ଚତୁର୍ଭୁଜ ବୋନଛର,ବିଜେଡି ବ୍ଲକ ସଭାପତି ରତନ ଲାଲ ଜୈନ,ଜିଲ୍ଲା ଉପ ସଭାପତି ପୂର୍ଣଚନ୍ଦ୍ର ଗୌଡ଼,ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ବେହେରା, କୁମୁଡାବାଲି ହାଇସ୍କୁଲର ପ୍ରଧାନ ଶିକ୍ଷକ କୈଳାସ ରଥଙ୍କ ସମେତ ମୁନିଗୁଡ଼ାର ବିଭିନ୍ନ ଶିକ୍ଷକ ସଙ୍ଘ ସହ ଅନେକ ଶିକ୍ଷକ ଶୁଭେଚ୍ଛା ଓ ଶୁଭକାମନା ସହ ଅଭିନନ୍ଦନ ଜଣାଇଛନ୍ତି। ଏହି ନିର୍ବାଚନରେ ରାଜ୍ୟ ସଭାପତି ଭାବେ ପ୍ରଭାତ କୁମାର ରଥ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ଦାଶ, କାର୍ଯ୍ୟକାରୀ ସଭାପତି ମାଣିକେଶ୍ଵର ସ୍ବାଇଁ,ଯୁଗ୍ମ ସାଧାରଣ ସମ୍ପାଦକ ତ୍ରିଲୋଚନ ଦାସ ଓ କୋଷାଧ୍ୟକ୍ଷ ଭାବେ ବ୍ରଜ କିଶୋର ବିଶ୍ୱାଳ ନିର୍ବାଚିତ ହୋଇଥିବା ବେଳେ ଏହି ନିର୍ବାଚିତ କର୍ମକର୍ତା ମାନେ ଆଗାମୀ ତିନି ବର୍ଷ ଅର୍ଥାତ ୨୦୨୯ ପର୍ଯ୍ୟନ୍ତ କାର୍ଯ୍ୟ କରିବେ ବୋଲି ଜଣାପଡିଛି।